ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା, ଜଣେ ମହିଳାଙ୍କ ସମେତ ଚାଲିଗଲା ୭ ଜୀବନ

ମଧ୍ୟପ୍ରଦେଶ(କେ ନ୍ୟୁଜ): ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜଣେ ମହିଳାଙ୍କ ସମେତ ଚାଲିଗଲା ୭ ଯାତ୍ରୀଙ୍କ ଜୀବନ। ଏକ ବସ୍‌ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା। ଦୁର୍ଘଟଣାରେ ୭ଜଣ ପ୍ରାଣ ହରାଇଥିବାବେଳେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି । ମଧ୍ୟପ୍ରଦେଶ ଭିଣ୍ଡ ନିକଟ ଭିଖାଦି ଗାଁରେ ଘଟିଛି ଦୁର୍ଘଟଣା ।

ବସଟି ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ କଣ୍ଟେନର ଏହାକୁ ଧକ୍କା ଦେଇଥିଲା। ଗୁରୁତରଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କୁ ଗ୍ଵାଲିୟରରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଚାଲିଥିବା ଭିଣ୍ଡ୍‌ ଏସପି ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.