Below header

ଆନାକୋଣ୍ଡା ଏମିତି ଜାବୁଡ଼ି ଧରିଲା ଯେ ଛଟପଟ ହୋଇଗଲା କୁମ୍ଭୀର, ଶେଷରେ ଏମିତି ହେଲା ଅବସ୍ଥା; ଦେଖନ୍ତୁ ଫଟୋ

ଜୀବଜନ୍ତୁଙ୍କ ମଧ୍ୟରେ ଲଢ଼େଇ ଝଗଡ଼ାର ଅନେକ ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏସବୁ ଭିଡିଓକୁ କ୍ୟାମେରାରେ କଏଦ କରିବା ପାଇଁ ଫଟୋଗ୍ରାଫରଙ୍କୁ ବର୍ଷ ବର୍ଷ ଲାଗିଯାଏ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେଭଳି ଏକ ଆନାକୋଣ୍ଡାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ବିଶାଳକାୟ ଆନାକୋଣ୍ଡା ଏକ ବିରାଟ କୁମ୍ଭୀରକୁ ଆକ୍ରମଣ କରୁଥିବା ଦେଖାଯାଇଛି। ତେବେ ଏହି ଲଢ଼େଇ କୌଣସି ସାଧାରଣ ଲଢ଼େଇ ନୁହେଁ, ବରଂ ଉଭୟ ଜୀବ ନିଜ ଜୀବନ ବଞ୍ଚାଇବା ପାଇଁ ଏହି ଲଢ଼େଇ କରୁଛନ୍ତି।

ଓ୍ଵାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଏହି ଆନାକୋଣ୍ଡା ଓ କୁମ୍ଭୀରଙ୍କ ଲଢ଼େଇ ବେଳର ଫଟୋକୁ ନିଜ କ୍ୟାମେରାରେ କଏଦ୍‌ କରିବାରେ ସମର୍ଥ ହୋଇଛନ୍ତି। ନଦୀ କୂଳରେ ଉଭୟଙ୍କ ମଧ୍ୟରେ ପାଖାପାଖି ୪୦ ମିନିଟ୍‌ର ଲମ୍ବା ସଂଘର୍ଷ ଚାଲିଥିଲା, ଯାହାକୁ ଫଟୋଗ୍ରାଫର ଦେଖିଥିଲେ ଓ ନିଜ କ୍ୟାମେରାରେ ଏହି ଦୃଶ୍ୟର ଫଟୋ ଉଠାଇଥିଲେ।

ରିପୋର୍ଟ ମୁତାବକ, ଆମେରିକାର କିମ୍‌ ସୁଲିଭନ୍‌ ନାମକ ଫଟୋଗ୍ରାଫର ବ୍ରାଜିଲର କୁଇଆବା ନଦୀ କୂଳକୁ ଫଟୋ ଉଠାଇବା ପାଇଁ ଯାଇଥିଲେ। କିନ୍ତୁ ଏହି ସମୟରେ ତାଙ୍କ ନଜର ଆନାକୋଣ୍ଡା ଓ କୁମ୍ଭୀରଙ୍କ ଲଢ଼େଇ ଉପରେ ପଡ଼ିଥିଲା। ସେ ଏହି ବିରଳ ଦୃଶ୍ୟକୁ ତୁରନ୍ତ ନିଜ କ୍ୟାମେରାରେ କଏଦ କରିଥିଲେ। ଗତ ସେପ୍ଟେମ୍ବର ମାସରେ ସେ ଏହି ଫଟୋ ଉଠାଇଛନ୍ତି। ତେବେ ଫଟୋ ଉଠାଇବା ବେଳେ ଏହି ଲଢ଼େଇ ଏତେ ସଂଘର୍ଷପୂର୍ଣ୍ଣ ହେବ ବୋଲି ସେ କେବେ ବି ଚିନ୍ତା କରିନଥିଲେ। କିନ୍ତୁ ପରେ ତାଙ୍କର ଏହି ଫଟୋ ଏକ ବିରଳ ଫଟୋ ଭାବେ ପରିଗଣିତ ହେଉଛି।


କିମ୍‌ କହିଛନ୍ତି, ସେ ତାଙ୍କ ଜୀବନରେ କେବେ ବି ଏମିତି ଏକ ଦୃଶ୍ୟ ଦେଖିନଥିଲେ। ଏଭଳି ଦୃଶ୍ୟକୁ ସେ ପ୍ରଥମ ଥର ପାଇଁ ଦେଖିଛନ୍ତି। ନଦୀ କୂଳରେ କୁମ୍ଭୀର ଓ ଆନାକୋଣ୍ଡା ଲଢ଼େଇ କରୁଥିଲେ। କୁମ୍ଭୀରକୁ ଆନାକୋଣ୍ଡା ଚାରି ଆଡ଼ୁ ଧରି ପକାଇଥିଲା। କୁମ୍ଭୀର ଏମିତି ସ୍ଥିତିରେ ଥିଲା ଯେ ଲାଗୁଥିଲା ଯେମିତି ତାର ଜୀବନ ସେଠାରେ ହିଁ ଚାଲିଯିବ। କିନ୍ତୁ ସେ ସଂଘର୍ଷ ଜାରି ରଖିଥିଲା। ତେବେ ଏହି ଘଟଣାର ଶେଷ କେମିତି ହେବ ତାହା ଦେଖିବାକୁ ସେ ସେଠାରେ ଅପେକ୍ଷା କରିଥିଲେ। କିଛି ସମୟର ଏହି ଲଢ଼େଇ ପରେ କୁମ୍ଭୀରଟି ପାଣି ଭିତରକୁ ଚାଲିଯାଇଥିଲା। ତା’ ପରେ ସେ ପାଣିରୁ ବାହାରିବା ବେଳେ ତା ଦେହରୁ ଆନାକୋଣ୍ଡା ବାହାରିଯାଇଥିଲା। ଆଉ ତା’ ପରେ ଆନାକୋଣ୍ଡା ବି ପାଣିରୁ ବାହାରି ଜଙ୍ଗଲକୁ ଚାଲିଯାଇଥିଲା।

କିମ୍‌ଙ୍କ କହିବାନୁସାରେ, କୁମ୍ଭୀର ବୋଧେ ଜାଣି ଯାଇଥିଲା ଯେ ସେ ଶୁଖିଲାରେ ଆନାକୋଣ୍ଡାକୁ ପାରିବ ନାହିଁ। ଏଣୁ ସେ ଉପସ୍ଥିତ ବୁଦ୍ଧି ଖଟାଇ ପାଣିକୁ ଚାଲିଯାଇଥିଲା। କିଛି ସମୟ ପରେ ସେ ପାଣିରୁ ବାହାରିବା ବେଳକୁ ସମ୍ପୂର୍ଣ୍ଣ ସ୍ୱାଧୀନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.