Below header

ଆର୍ଯ୍ୟନଙ୍କ ଜାମିିନକୁ ବିରୋଧ କରୁଛି ଏନସିବି, ବାହାରକୁ ଗଲେ ପ୍ରମାଣ ନଷ୍ଟର ରହିଛି ଆଶଙ୍କା

ମୁମ୍ବାଇ(କେ ନ୍ୟୁଜ): ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିବ କି ନାହିଁ । ମୁମ୍ବାଇ ସେସନ୍ସ କୋର୍ଟ ଜୁନିଅର୍‌ କିଙ୍ଗ ଖାନ୍‌ଙ୍କ ବେଲ ପିଟିସନର ଶୁଣାଣି ଚାଲିଛି । ଆର୍ଯ୍ୟନଙ୍କ ଜାମିିନକୁ ଏନସିବି ବିରୋଧ କରିଛି । କୋର୍ଟରେ ଏନସିବି କହିଛି, ସମାଜରେ ଆର୍ଯ୍ୟନଙ୍କ ଖାତିର ରହିଛି । ବେଲ୍‌ ଦେଲେ ସେ ପ୍ରମାଣ ନଷ୍ଟ ସହ ପ୍ରତ୍ୟକ୍ଷ ଭାବରେ ଜାଣିଥିବା ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି । ଶୁଣାଣି ପୂର୍ବରୁ ନିଜ ଓକିଲଙ୍କୁ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଛି। ଆର୍‌ୟନଙ୍କ ପାଖରୁ ଡ୍ରଗ୍‌ ମିଳିନଥିଲେ ମଧ୍ୟ ସେ ଡ୍ରଗ୍‌ ଲିଙ୍କରେ ସାମିଲ ଥିବା ଉଲ୍ଲେଖ କରିଛି ଏନସିବି । ଆର୍ଯ୍ୟନ ଡ୍ରଗ୍‌ ପେଡଲର୍‌ଙ୍କ ସହ ସଂପର୍କରେ ଥିଲେ । ଏହାର ତଦନ୍ତ ହେବା ଜରୁରୀ ବୋଲି କହିଛି ଏନସିବି । ଗତ ୧୦ ତାରିଖରେ ଜବାବ ଦାଖଲ ପାଇଁ ଏନସିବି ଅଧିକ ସମୟ ମାଗିବାରୁ ଦୁଇ ଦିନ ଅଧିକ ସମୟ ଦେଇଥିଲେ କୋର୍ଟ ।

ଅନ୍ୟ ଅଭିଯୁକ୍ତଙ୍କର ମଧ୍ୟ ଆଜି ଜାମିନ ଶୁଣାଣି ହେବ । ସେପଟେ ଆର୍‌ୟନଙ୍କ ଜାମିନ ପାଇଁ ବରିଷ୍ଠ ଓକିଲ ଅମିତ ଦେଶାଇ ଯୁକ୍ତି ରଖିବେ। ଶୁଣାଣି ପୂର୍ବରୁ କୋର୍ଟରେ ପହଞ୍ଚିଛନ୍ତି ଅମିତ ଦେଶାଇ, ସତୀଶ ମାନସିନ୍ଧେ ଓ ଶାହରୁଖଙ୍କ ମ୍ୟାନେଜର ପୂଜା ଦଦ୍‌ଲାନୀ । ୨୦୦୨ ହିଟ ଆଣ୍ଡ ରନ ମାମଲାରେ ସଲମାନ ଖାନଙ୍କ ପାଇଁ ଲଢିଥିଲେ ଅମିତ । ଏହି ମାମଲାରେ ସଲମାନ ଦୋଷମୁକ୍ତ ହୋଇଥିଲେ। ଏବେ ସୁଦ୍ଧା ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଦୁଇ ବିଦେଶୀ ନାଗରିକଙ୍କ ସମେତ ୨୦ ଜଣ ଗିରଫ ହୋଇଛନ୍ତି। ଆର୍ଯ୍ୟନ ଖାନ୍‌ ଏବେ ମୁମ୍ବାଇ ଆର୍ଥର ରୋଡ୍‌ ଜେଲରେ ଅଛନ୍ତି । ଇତିମଧ୍ୟରେ ଆର୍ଥର ରୋଡ ଜେଲରେ ୫ ଦିନ ବିତାଇ ସାରିଲେଣି ଆର୍ଯ୍ୟନ । ପୁଅ ଚିନ୍ତାରେ ଶାହାରୁଖଙ୍କ ଆଖିରୁ ନିଜ ହଜିଯାଇଛି । ଆର୍ଯ୍ୟନଙ୍କ ଭବିଷ୍ୟତ ଚିନ୍ତାରେ ରାତି ସାରା ଶୋଇ ପାରୁ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.