T-20 ବିଶ୍ବକପ୍ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ, ଭିନ୍ନ ଅନ୍ଦାଜରେ ନଜର ଆସିବେ ଖେଳାଳି

T-20 ବିଶ୍ବକପ୍ ଖୁବଶୀଘ୍ର ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆର ପ୍ରଥମେ ନିଜ ଟିମ୍ ଘୋଷଣା କରିସାରିଛି। ବୁଧବାର ଦିନ ଅର୍ଥାତ୍ ଆଜି ବିସିସିଆଇ ଟି-୨୦ ୱାଲର୍ଡ କପ୍ ପାଇଁ ଜର୍ସି ମଧ୍ୟ ଲଞ୍ଚ କରିଛି। ନୀଳ ରଙ୍ଗର ନୂଆ ଜର୍ସି ପିନ୍ଧି ଟିମ୍ ଇଣ୍ଡିଆ ଖେଳାଳି ଶାନଦାର ଦେଖାଯାଉଛନ୍ତି।

ବିସିସିଆଇ ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲା। ଏହି ପୋଷ୍ଟରେ ଟି-୨୦ ୱାଲର୍ଡ କପ୍ ଟିମ୍ ନୂଆ ଜର୍ସିରେ ନଜର ଆସିଛନ୍ତି। ଏହି ପୋଷ୍ଟରେ ବିରାଟ କୋହଲି ଏବଂ ରୋହିତ ଶର୍ମା ସମେତ ଟିମ ଇଣ୍ଡିଆର କିଛି ଖେଳାଳି ନୂଆ ଜର୍ସିରେ ନଜର ଆସିଛନ୍ତି। ଏହି ଜର୍ସିକୁ Byjus ସ୍ପୋନ୍ସର କରୁଛି।

 

View this post on Instagram

 

A post shared by Team India (@indiancricketteam)

ସୂଚନାଯୋଗ୍ୟ, ଭାରତୀୟ ଦଳ ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରୁ ଗାଢ ନୀଳ ରଙ୍ଗର ଜର୍ସି ପିନ୍ଧୁଛି। ଯାହା ୧୯୯୨ ବିଶ୍ଵ କପର ଜର୍ସି ସହ ସଂପୂର୍ଣ୍ଣ ମେଳ ଖାଉଛି। ଆରମ୍ଭରୁ ବିସିସିଆଇର ଉଦ୍ଦେଶ୍ୟ ଥିଲା ଯେ, ଗାଢ ନୀଳ ରଙ୍ଗର ଜର୍ସି କେବଳ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ବ୍ୟବହାର ହେବ। ହେଲେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ଯାଏଁ ଏହି ଜର୍ସିର ବ୍ୟବହାର କରି ଆସିଛି।

ୟୁଏଇ ଓ ଓମାନରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପ୍‌ରେ ଭାରତ ନିଜର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ। ଏହି ହାଇ ଭୋଲଟେଜ୍ ମ୍ୟାଚ୍ ଅକ୍ଟୋବର ୨୪ରେ ଖେଳାଯିବ। ହେଲେ ସୁପର-୧୨ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୩ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.