ଆର୍ଯ୍ୟନଙ୍କ ଜାମିନ ପାଇଁ ଲକ୍ଷେ ଟଙ୍କିଆ ପି.ଆର ବଣ୍ଡରେ ସାଇନ କଲେ ଜୁହି ଚାୱଲା

କିଛି ଦିନ ତଳେ କୄଜ ଡ୍ରଗ୍ସ ମାମଲାରେ ଫସିଥିବା ବଲିଉଡର କିଙ୍ଗ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ବମ୍ବେ ହାଇକୋର୍ଟ ତରଫରୁ ଗୁରୁବାର ବେଲ ମିଳିଛି । ବେଲ ମିଳିବା ପରେ ସେ ଆଜି ଜେଲରୁ ମୁକୁଳିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଆଜି ଅର୍ଥର ଜେଲରୁ ବାହାରି ପାରିନାହାନ୍ତି ଜୁନିୟର ଖାଁ । କିନ୍ତୁ ବମ୍ବେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଡିଟେଲ ଅର୍ଡର ରିଲିଜ କରାଯାଇଛି । ଏହା ସହିତ କୋର୍ଟ ତରଫରୁ ଲିଷ୍ଟରେ ୧୪ ଟି ସର୍ତ୍ତ ଉଲ୍ଲେଖ କରାଯାଇଛି । ଏହି ସର୍ତ୍ତ ମାନିଲେ ହିଁ ତାଙ୍କୁ ମୁକୁଳା ଯାଇପାରିବ ବୋଲି ଜଣାଯାଇଛି । ବିଶେଷ ସୂତ୍ରରୁ ଜଣାଯାଇଛିଯେ ଏହି ବଣ୍ଡ ଗୁଡିକୁ ଭରିବା ପ୍ରଣାଳୀ ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ ଆଜି ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାହ୍ୱଲା ଆର୍ଯ୍ୟନଙ୍କ ପାଇଁ ଲକ୍ଷେ ଟଙ୍କାର ପିଆର ବଣ୍ଡରେ ସାଇନ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଜୁହି ଏନଡ଼ିପିଏସ କୋର୍ଟରେ ଏହି ବଣ୍ଡରେ ସାଇନ କରିବା ପାଇଁ ପହଂଚି ଥିଲେ । ଜୁହିଙ୍କ ଉପସ୍ଥିତି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଧେ ଏବାବଦରେ ଜବାବ ରଖି କହିଛନ୍ତିକି, ” ଜୁହି ଆର୍ଯ୍ୟନଙ୍କୁ ପିଲାଟି ବେଳରୁ ଚିନ୍ହିଛନ୍ତି କାରଣ ଶାହରୁଖ ଓ ସେ ସମାନ ବୃତ୍ତିରେ କାମ କରି ଆସିଛନ୍ତି” ।

ଆର୍ଯ୍ୟନ ଖାନଙ୍କ ସମେତ ଅରବାଜ ମରଚାଣ୍ଟ, ମୁନମୁନ ଧାମେଚାଙ୍କ ମୁକୁଳିବା ପାଇଁ ବି ବମ୍ବେ କୋର୍ଟ ପକ୍ଷରୁ ୧୪ ଟି ସର୍ତ୍ତ ରଖାଯାଇଛି । ଅରବାଜ ଓ ମୁନମୁନଙ୍କ ପାଇଁ ବି ଲକ୍ଷେ ଟଙ୍କାର ବଣ୍ଡ ରଖାଯାଇଛି । ଏହା ସହିତ ଏମାନଙ୍କୁ ନିଜ ନିଜ ପାସ୍ପୋର୍ଟ ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏମାନେ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ । ଆଉ ଶୁକ୍ରବାର ସେମାନଙ୍କୁ ଯେମିତି ହେଲେ ବି ହାଜିରା ପକେଇବାକୁ ପଡିବ । କୋର୍ଟ ଅର୍ଡର ଅନୁଯାୟୀ ଆର୍ଯ୍ୟନ ଏବଂ ତାଙ୍କ ସହଯୋଗୀ ମାନେ ଆଗକୁ କୌଣସି ପ୍ରକାର କାମରେ ସଂଶ୍ଲିଷ୍ଟ ହେବେ ନାହିଁ । କି ଏମାନେ ପରସ୍ପର ସହିତ ସହ କଥା ହେବେ ନାହିଁ । କି କୌଣସି ସାକ୍ଷୀଙ୍କୁ ଭୁଲାଇବାକୁ ଚେଷ୍ଟା କରିପାରିବେ ନାହିଁ । ବମ୍ବେ ସହରରୁ ବାହାରକୁ ବାହାରିଲେ ବି ତଦନ୍ତକାରି ଅଧିକାରୀଙ୍କ ନିକଟରେ ତାଙ୍କୁ ଫେରାଦ ହେବାକୁ ପଡିବ । କହିରଖିବା ଉଚିତ ହେବକି ଏହି ତିନି ଜଣଙ୍କୁ ଅକ୍ଟୋବର ୨ ତାରିଖରେ ମୁମ୍ବାଇରେ ଚାଲିଥିବା ଏକ ରେଭ ପାର୍ଟିରୁ ଧରିଥିଲା ଏନସିବି ଟିମ ।

Leave A Reply

Your email address will not be published.