ଭାଗ୍ୟ ହେବ ତ’ ଏମିତି! ବ୍ୟକ୍ତିଙ୍କୁ ମାଲାମାଲ୍ କରିଦେଲା ୨୦ ଟି ଲଟେରୀ

ଆଜିର ଏହି ଦୁନିଆରେ ସମସ୍ତଙ୍କୁ ଟଙ୍କା ଦରକାର। ସମସ୍ତେ କିପରି ତୁରନ୍ତ ଧନୀ ହୋଇଯିବେ ସେ ନେଇ ଚିନ୍ତା କରିଥାନ୍ତି। ଅପରପକ୍ଷରେ କଠିନ ପରିଶ୍ରମ କରି ଧନୀ ହେବାକୁ ବହୁତ ସମୟ ଲାଗିଥାଏ। କିନ୍ତୁ ଲକ୍ଷ ଲକ୍ଷ ଲୋକ ମାନଙ୍କ ମଧ୍ୟରେ କେବଳ ଜଣେ ଅଛନ୍ତି ଯାହାର ଧନୀ ହେବାର ସ୍ୱପ୍ନ ପୂରଣ ହୋଇପାରିଛି । ବେଳେବେଳେ ଭାଗ୍ୟର ସାଥ ମଧ୍ୟ ଆପଣଙ୍କୁ ଧନୀ କରିଦିଏ। ଲଟେରୀ ଏପରି ଏକ ଜିନିଷ ଯାହା ଆପଣଙ୍କୁ କ୍ଷଣକରେ ଧନୀ କରିଦେଇ ପାରିବ। ଜୀବନର କୌଣସି ପରିସ୍ଥିତିରେ ଆମେ ସମସ୍ତେ ମଧ୍ୟ କଳ୍ପନା କରିଥାଉ ଯେ ଆମର ଯଦି ଲକ୍ଷ ଲକ୍ଷ ଟଙ୍କାର ଲଟେରୀ ଲାଗିଯାଏ ତେବେ ବିନା କୌଣସି ପରିଶ୍ରମରେ ଆମେ ମଧ୍ୟ ଧନୀ ହୋଇପାରିବା।

ଠିକ ସମାନ ଏକ ଘଟଣା ଘଟିଛି ଆମେରିକାର ଭର୍ଜିନିଆର ଜଣେ ବ୍ୟକ୍ତିଙ୍କ ସହ। ଭାଗ୍ୟ ଏପରି ମୋଡ଼ ନେଇଥିଲା ଯେ ସେ ଏକାସାଙ୍ଗରେ ୨୦ ଟି ଲଟେରୀ ଜିତିଥିଲେ, ଯାହା ପରେ ତାଙ୍କୁ ମୋଟ ୧ ଲକ୍ଷ ଡଲାର ଅର୍ଥାତ୍ ପ୍ରାୟ ୭୪,୯୧,୫୪୦ ପୁରସ୍କାର ମିଳିଥିଲା । ବାସ୍ତବରେ, ଆମେରିକାର ଭର୍ଜିନିଆରେ ଜଣେ ବ୍ୟକ୍ତି ୨୦ ଟି ସମାନ ଲଟେରୀ ଟିକେଟ କିଣିଥିଲେ, ଯାହା ପରେ ସେ ପ୍ରତ୍ୟେକ ଟିକେଟରେ ୫ ହଜାର ଡଲାର ଜିତିଥିଲେ । ସେ ମୋଟ ୨୦ ଟି ପୁରସ୍କାର ପାଇଥିଲେ ଏବଂ ସମୁଦାୟ ୧ ଲକ୍ଷ ଡଲାରର ଜ୍ୟାକପଟ୍ ଜିତିଥିଲେ ।

ଆଲେକ୍ସଜାଣ୍ଡାରିଆରେ ରହୁଥିବା ଲଟେରୀ ବିଜେତା ୱିଲିୟମ୍ ନେବେଲ ଭର୍ଜିନିଆ ଲଟେରୀ ଅଧିକାରୀଙ୍କୁ କହିଛନ୍ତି ଯେ ସେ ଏକ ସାଧାରଣ ନିକଟସ୍ଥ ଦୋକାନରୁ ତାଙ୍କ ଲଟେରୀ ଟିକେଟ କିଣିଥିଲେ, କିନ୍ତୁ ପ୍ରଥମ ଥର ପାଇଁ ଅନଲାଇନରେ କିଣିବାକୁ ନିଷ୍ପତ୍ତି ନେଇଥିଲେ। ସେ ୨୩ ଅକ୍ଟୋବର ଦିନ ପିକ୍ ୪ ଚିତ୍ରାଙ୍କନ ପାଇଁ ୨୦ ଟି ସମାନ ଟିକେଟ କିଣିଥିଲେ । ନୋବେଲ ମନୋନୀତ କରିଥିବା ସଂଖ୍ୟା, ୫-୪-୧-୧, କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଙ୍କିତ ସଂଖ୍ୟା ସହିତ ମେଳ ହୋଇଥିଲା ଏହା ପରେ ସେ ପ୍ରତ୍ୟେକ ଟିକେଟ୍ ରେ ୫୦୦୦ ଡଲାର୍ ପୁରସ୍କାର ଅର୍ଜନ କରିଥିଲେ । ୨୦ ଟି ଲଟେରୀ ଏକାଠି ହେବା ପରେ ନେବେଲ କହିଛନ୍ତି ଯେ ଏହା ବହୁତ ଭଲ ଥିଲା ,ଏବଂ ଏଥିରେ ବିଜେତା ପୁରସ୍କାର ରାଶି ଖର୍ଚ୍ଚ କରିବାକୁ କୌଣସି ଣସି ଯୋଜନା କରିନାହାଁନ୍ତି।

ସୂଚନା ଯୋଗ୍ୟ ପୂର୍ବରୁ ଆମେରିକାର ମିଚିଗାନରେ ଜଣେ ବୃଦ୍ଧ ଷ୍ଟୋର କିରାଣୀଙ୍କ ପରାମର୍ଶରେ ଲଟେରୀ ଟିକେଟ କିଣିଥିଲେ। ଏହା ପରେ ସେ ଏପରି ଲଟେରୀ ଜିତିଥିଲେ, ଯାହା ଅଧୀନରେ ସେ ଆଜୀବନ ପାଇଁ ବର୍ଷକୁ ୧୯ ଲକ୍ଷ ଟଙ୍କା ପାଇବେ ।

Leave A Reply

Your email address will not be published.