Below header

ଭୁବନେଶ୍ବର:ମୋବାଇଲ ଚୋର ଧରିବାକୁ ଯାଇଥିବା ପୋଲିସ ଖାଇଲା ନିସ୍ତୁକ ମାଡ଼, ପିସିଆରକୁ ଭାଙ୍ଗିଲେ ଲୋକେ

କେନ୍ୟୁଜ୍(ବ୍ୟୁରୋ): ମୋବାଇଲ ଚୋରକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ। ପିସିଆର  ଗାଡ଼ିକୁ ଭଙ୍ଗରୁଜା କଲେ ଲୋକେ। ଘଟଣା ଘଟିଛି ଖରବେଳ ନଗର ଥାନା ଅଧିନସ୍ଥ ମାଳିସାହି ବସ୍ତିରେ । ମିଳିଥିବା ସୂଚନା ମୁତାବକ ଗତ ୨୯ ତାରିଖରେ ଏକ ମୋବାଇଲ ଚୋରି କେସ ତଦନ୍ତ କରି ଅପରାଧୀକୁ ଧରିବାକୁ  ମାଳିସାହି ବସ୍ତିକୁ ଯାଇଥିଲା ପୋଲିସ। କିନ୍ତୁ ଅପରାଧୀକୁ ସୁରକ୍ଷା ଦେଇ ଓ ପୋଲିସକୁ ବିରୋଧ କରି ଲୋକେ ପିସିଆର ଭାଙ୍ଗିବା ସହ ପୋଲିସଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଯାହା ଫଳରେ ଘଟଣା ସ୍ଥଳରେ ୪ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଆଜି ଏହି ଘଟଣାରେ ମାଳିସାହି ବସ୍ତିର ୫୦ରୁ ଅଧିକ ଲୋକଙ୍କୁ  ଉଠାଇ ଆଣି  ଥାନାରେ ପଚରାଉଚରା କରୁଚି ଖାରବେଳ ନଗର ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.