ଘୋଷଣା ହେଲା ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନୋନୀତ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ସଂସ୍କୃତି ଭବନ ରେ ଆଜି ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ ଘୋଷଣା କରିଯାଇଛି । ୨୦୧୯ ଲାଗି ଜୟଦେବ ସମ୍ମାନ ପାଇଛନ୍ତି ପ୍ରଯୋଜକ ନିର୍ଦେଶକ ଘନଶ୍ୟାମ ମହାପାତ୍ର | ସେହିଭଳି ଶ୍ରେଷ୍ଠଚଳଚିତ୍ର ଲାଗି ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରଷ୍କାର ପାଇବେ ପ୍ରଯୋଜକ ନୀଳମାଧଵ ପଣ୍ଡା ଚଳଚିତ୍ର “କାଲିର ଅତୀତ” ଲାଗି । ଶ୍ରେଷ୍ଠ ନିର୍ଦ୍ଧେଶକ ସମ୍ମାନ ପାଇବେ ନୀଳ ମାଧବ ପଣ୍ଡା । ଶ୍ରେଷ୍ଠ ଅଭିନେତା ସରୋଜ ପରିଡା ଖୁସି ଚଳଚିତ୍ର ଲାଗି ପାଇବେ । ଶ୍ରେଷ୍ଠ ଅଭିନେତ୍ରୀ କାବ୍ୟା କିରଣ ପାଇବେ । ଶ୍ରେଷ୍ଠ କାହାଣୀ କପିଳେଶ୍ୱର ପ୍ରସାଦ ପାଇବେ ଚଳଚିତ୍ର ଶଲାବୁଢ଼ାର ବଦଲା ଲାଗି ମନୋନୀତ ହୋଇଛନ୍ତି । ଶ୍ରେଷ୍ଠ ସଂଗୀତ ନିର୍ଦେଶକ ବାଳକୃଷ୍ଣ ସମ୍ମାନ ପାଇବେ | ବୈଦେନାଥ ଦାସ ଚଳଚିତ୍ର ନାୟକର ନାଁ ଦେବ ଦାସ ଲାଗି ଚୟନ କରାଯାଇଛି। ଶ୍ରେଷ୍ଠ ପ୍ରଚ୍ଛଦ ପଟ ଗାୟକ ଭାବରେ ସ୍ୱୟଂମ ପାଢ଼ୀ | ଚଳଚିତ୍ର ଦେଖା ହେଲେ ପ୍ରେମ ହେଲା ଏ କେଉଁ ଋତୁ ଏ କେଉଁ ରାସ୍ତା ଲାଗି । ଶ୍ରେଷ୍ଠ ପ୍ରଚ୍ଛଦ ପଟ ଗାୟିକା ଭାବେ ଦୀପ୍ତି ରେଖା ପାଢ଼ୀ ଫ୍ରମ ମିଟୁ ଇଉ ପାଇଁ ମନୋନୀତ ହୋଇଛନ୍ତି । ଶ୍ରେଷ୍ଠ ଚିତ୍ରଗ୍ରହଣ ଲାଗି ପ୍ରମୋଦ ପତି, ରବୀନ୍ଦ୍ର ବେହେରା “ବାବୁ ଭାଈ ଜାନ” ପାଇଁ ଶ୍ରେଷ୍ଠ ସମ୍ପାଦନା ରାଜେଶ ଦାସ “ଖୁସି” ଚଳଚିତ୍ର ଲାଗି ମନୋନୀତ ହୋଇଛନ୍ତି ।

ଶ୍ରେଷ୍ଠ ଗୀତିକାର ଭାବେ ଅରୁଣ ମନ୍ତ୍ରୀ ଶ୍ରେଷ୍ଠ ଚିତ୍ରନାଟ୍ୟ ସନ୍ତୋଷ ନାରାୟଣ ଦାସ ଶ୍ରେଷ୍ଠ ପାର୍ଶ୍ବଅଭିନେତା ବବି ମିଶ୍ର ଶ୍ରେଷ୍ଠ ପାର୍ଶ୍ଵ ଅବିନେତ୍ରୀ ଅଞ୍ଜନା ଦାସ ,ଶ୍ରେଷ୍ଠ ହାସ୍ୟ କଳାକାର ତ୍ରିଭୁବନ ପଣ୍ଡା ,ଶ୍ରେଷ୍ଠ ଶିଶୁ କଳାକାର ଏଶ୍ୱରୀୟା ମିଶ୍ର ,ଶ୍ରେଷ୍ଠ କଳା ନିର୍ଦେଶକ କଳିଙ୍ଗ କେଶରୀ ନାୟକ ,ଶ୍ରେଷ୍ଠ ଶବ୍ଦ ଗ୍ରହଣ କାରୀ ଚନ୍ଦ୍ର ଶେଖର ଶର୍ମା ସ୍ୱତନ୍ତ୍ର ଜୁରୀ ପୁରସ୍କାର ଅଭିନେତା ରୋହିତ ରାଜ ଶ୍ରେଷ୍ଠ ଶିକ୍ଷା ଭିର୍ତିକ ଶିଶୁ ଚଳଚିତ୍ର ସୁବ୍ରତ କୁମାର ରଥ ,ଅଭିଷେକ କୁମାର ଦାସ ,ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର ପ୍ରଯୋଜକ ଆଶୁତୋଷ ପଟ୍ଟନାୟକ ନିର୍ଦେଶକ ମାଳି ରଣା ,ସେହିଭଳି ରାଜ୍ୟ ଅଷ୍ଟମ ଟେଲି ପୁରସ୍କାର 2019 ଘୋଷଣା କରାଯାଇଛି ବେଷ୍ଟ ଟେଲି ଫିଲ୍ମ “କାଳିଆ କରୁଛି ଲୀଳା” ଚୟନ ହୋଇଛି | ପ୍ରଯୋଜକ ଦେବାଶିଷ ପାତ୍ର ନିର୍ଦେଶକ, ଡି ଅଶ୍ୱନି ଗଡ଼ନାୟକଙ୍କ ସମେତ ବିଭିନ୍ନ ବିଭାଗରେ ପୁରଷ୍କାର ପ୍ରଦାନ କରାଯିବ ବୋଲି ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.