ସାପର କାନ ନଥାଇକି ବି ସେ କେମିତି ସବୁକିଛି ଶୁଣିପାରେ, କଣ ରହିଛି ଏହାପଛର ରହସ୍ୟ

ଆମ ପୃଥିବୀ ଅନେକ ଆଶ୍ଚର୍ଯ୍ୟରେ ଭରି ରହିଛି। ଏଠାରେ କେତେବେଳେ ଯେ କଣ ଘଟିଯିବ ତାକୁ କେହି ବି ଜାଣିନାହାଁନ୍ତି। ଆଜ୍ଞା ହଁ, ଦୁନିଆରେ ଘଟୁଥିବା ଏମିତି ଅନେକ ଘଟଣା ଘଟିଥାଏ ଯାହା ଆମ ବିଶ୍ୱାସ ବାହାରେ ହୋଇଥାଏ। ତେବେ ଆପଣଙ୍କ ମନରେ କେବେ ଏମିତି ପ୍ରଶ୍ନ ଆସିଛି ଯେ ସାପର ତ କାନ ନାହିଁ ତଥାପି ସେ ସପେରାର ବିନ୍‌ ଧ୍ୱନିକୁ କେମିତି ଶୁଣିପାରେ ଆଉ କାହାର ପାଦ ଶବ୍ଦ କିମ୍ବା କାହାର ଉପସ୍ଥିତିକୁ କେମିତି ଜାଣିପାରେ। କଣ ଏହାର ପଛରେ କିଛି ରହସ୍ୟ ଅଛି? ଯଦି ହଁ, ତାହେଲେ ଆଶନ୍ତୁ ଦର୍ଶକବନ୍ଧୁ ଆଜି ଆମେ ଏ ଭିଡିଓରେ ସାପକୁ ନେଇ କିଛି ରହସ୍ୟ ଜାଣିବା।

ଆପଣ ଅନେକ ଥର ଦେଖିଥିବେ ଯେ ସାପ କୌଣସି ଧ୍ୱନି ଶୁଣିଲେ କିମ୍ବା ଆଓ୍ଵାଜ୍‌ ପାଇଲେ ବିଚଳିତ ହୋଇଯାଏ। ଆଉ ବି ଯେତେବେଳେ ବି ସପେରା ବିନ୍‌ ବଜାଇଥାଏ ସାପ କେଉଁଠି ବି ଥାଉ ନା କାହିଁକି ତୁରନ୍ତ ବାହାରକୁ ବାହାରିଆସେ। ତେବେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗେ ନା ନାହିଁ।

snakeପ୍ରକୃତରେ ସାପ ବାୟୁରେ ମହଜୁଦ ଥିବା ଧ୍ୱନି ତରଙ୍ଗରେ ରିଆକସନ୍‌ ଦେଇନଥାଏ, ବରଂ ପୃଥିବୀରେ ବାହାରୁଥିବା କମ୍ପନ ବା ଭାଇବ୍ରେସନକୁ ନିଜ ଶରୀରର ଥିବା ଏକ ଖାସ୍‌ ହାଡ ଜରିଆରେ ଅନୁଭବ କରିଥାଏ। ସାପ କେବଳ ହଲୁଥିବା ଜିିନିଷକୁ ସ୍ପଷ୍ଟଭାବେ ଦେଖିପାରେ। ଏଥିପାଇଁ କେବଳ ଭାଇବ୍ରେସନ ବା କମ୍ପନ ଦ୍ୱାରା ହିଁ ସାପ ଜାଣିପାରେ ଲୋକଙ୍କ ଉପସ୍ଥିତି କିମ୍ବା କୌଣସି ଜୀବର ଉପସ୍ଥିତି।

ଆଶା କରୁଛୁ ଏବେ ଆପଣ ବୁଝିସାରିଥିବେ ଯେ ସାପର କାନ ନଥାଇକି ବି ସେ କେମିତି ଜାଣିପାରେ। ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଏମିତି ଆହୁରି ନୂଆ ନୂଆ ଭିଡିଓ ଦେଖିବା ପାଇଁ କେନ୍ୟୁଜଓଡିଶା ସହ ଯୋଡି ହୋଇରୁହନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.