ରାତି ଡ୍ୟୁଟି ସମୟରେ ମୁର୍ଦ୍ଦାର ଘରେ ପଶି ୧୦୦ ମୃତଦେହ ସହ ରଖିଥିଲେ ଯୌନ ସମ୍ବନ୍ଧ, ଭିଡିଓ ରେକର୍ଡ କରି ମେମୋରୀ କାର୍ଡରେ ସେଭ୍‌ କରୁଥିଲେ

ବ୍ରିଟେନର ଏକ ହସ୍ପିଟାଲରେ କାମ କରୁଥିବା ୬୭ ବର୍ଷୀୟ ଡେଭିଡ୍‌ ଫୁଲରଙ୍କ ଅସଲ ଚେହେରା ଏବେ ପଦାକୁ ଆସି ଯାଇଛି। ଫୁଲର ହସ୍ପିଟାଲର ମୁର୍ଦ୍ଦାର ଘରେ ପଶି ୧୦୦ ମୃତଦେହ ସହ ଯୌନ ସମ୍ବନ୍ଧ ରଖିଥିଲେ, ଯେଉଁଥିରେ ମହିଳା ଓ ଛୁଆ ସାମିଲ ଥିଲେ। ପୋଲିସ ମୁତାବକ, ଦୁଇଟି ହତ୍ୟା ମାମଲାରେ ଧରା ପଡ଼ିବା ପରେ ଫୁଲର ଖୋଦ୍‌ ଏହି କଥାକୁ ସ୍ୱୀକାର କରିଛନ୍ତି। ଆସନ୍ତୁ ଜାଣିବା କ’ଣ ରହିଛି ପୂରା ମାମଲା। ସୂଚନା ରହିଛି କି, ଫୁଲରଙ୍କୁ ୩ ଡିସେମ୍ବର, ୨୦୨୦ରେ ଗିରଫ କରାଯାଇଥିଲା, ଯେତେବେଳେ ଡିଏନ୍‌ଏ ପ୍ରମାଣ ତାଙ୍କୁ ୧୯୮୭ର ଦୁଇ ମହିଳାଙ୍କ ହତ୍ୟାକାଣ୍ଡ ସହ ଜଡ଼ିତ କରିଥିଲା। ତିନି ଦଶକ ପୂର୍ବେ ୨୫ ବର୍ଷୀୟ େଓ୍ଵଣ୍ଡି ନେଲ ଓ ୨୦ ବର୍ଷୀୟ କାରୋଲିନ୍‌ ପିୟର୍ସଙ୍କ ହତ୍ୟା ମାମଲାରେ ଫୁଲର ପୋଲିସ ହାତରେ ଧରା ପଡ଼ିଥିଲେ। ଏହାପରେ ଯେଉଁ ଜିନିଷ ସାମ୍ନାକୁ ଆସିଥିଲା, ତାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ରିପୋର୍ଟ ମୁତାବକ, ଯେବେ ପୋଲିସ ଫୁଲରଙ୍କ ଘର ଯାଞ୍ଚ କରିଥିଲା, ତ ପୋଲିସକୁ ଯୌନ ଶୋଷଣ ସହ ଜଡ଼ିତ ହଜାର ହଜାର ଫଟୋ ମିଳିଥିଲା। ହାର୍ଡ ଡ୍ରାଇଭ, ଫ୍ଲପି ଡିସ୍କ, ଡିଭିଡି ଏବଂ ମେମୋରୀ କାର୍ଡରେ ଅଶ୍ଳୀଳ କଣ୍ଟେଣ୍ଟ ସବୁ ମିଳିଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଥିଲା କି, ଯେତେବେଳେ ପୋଲିସ ଟିମ୍‌କୁ ମୁର୍ଦ୍ଦାର ଘରେ ମୃତଦେହ ସହିତ ସମ୍ବନ୍ଧ ବନାଉଥିବାର ଫୁଲରଙ୍କ ଫଟୋ ମିଳିଥିଲା। କିଛି ଫଟୋକୁ ସେ ପୀଡ଼ିତାଙ୍କ ନାମରେ ଫୋଲ୍ଡର କରି ସେଥିରେ ସେଭ୍‌ କରି ରଖିଥିଲେ। ଗୋଟିଏ ଭିଡିଓରେ ସେ ୩ ଛୋଟ ପିଲା ଏବଂ ମହିଳାଙ୍କ ମୃତଦେହ ସହ ସମ୍ବନ୍ଧ ରଖୁଥିବାର ଦେଖା ଯାଉଛନ୍ତି।

ପୋଲିସ କହିଛି ଯେ ଫୁଲର ୨୦୦୮ ଓ ୨୦୨୦ ଭିତରେ ୯୯ ମୃତଦେହ ସହ ସମ୍ବନ୍ଧ କରିଥିଲେ। ସେହି ସମୟ ମଧ୍ୟରେ ସେ କେଣ୍ଟ, ସସେକ୍ସ ଏବଂ ଟ୍ୟୁନବ୍ରିଜ୍‌ େଓ୍ଵଲ୍ସ ହସ୍ପିଟାଲରେ କାମ କରୁଥିଲେ। ଯଦିଓ ତଦନ୍ତକାରୀ ଅଧିକାରୀମାନେ କେବଳ ୭୮ ମୃତଦେହକୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲେ, ଯାହାଙ୍କ ସହିତ ଫୁଲର ଅଶ୍ଳୀଳ କାର୍ଯ୍ୟ କରିଥିଲେ। ଅନୁମାନ କରାଯାଉଛି କି, ଫୁଲର ମୃତଦେହଗୁଡ଼ିକ ସହିତ ସମ୍ବନ୍ଧ ବନାଇବା ପରେ ହୁଏତ ସେହି ଘଟଣାକୁ ମନେ ରଖିବା ପାଇଁ ନିଜ ଡାଏରୀରେ ନୋଟ୍‌ କରି ଦେଉଥିଲେ। ସେ ନିଜର ଏହି ଯୌନ ଆକ୍ରମଣ ଉପରେ ଏକ ବିସ୍ତତ ଡାଏରୀ ତିଆରି କରି ରଖିଥିଲେ।

କେତେ ମାମଲାରେ ଦୋଷୀ: ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି, ଫୁଲର ବିଭିନ୍ନ ହସ୍ପିଟାଲରେ ରାତି ଡ୍ୟୁଟି କରୁଥିଲେ। ଅନ୍ୟ କର୍ମଚାରୀମାନେ ପଳେଇ ଯିବା ପରେ ସେ ମୁର୍ଦ୍ଦାର ଘରକୁ ଯାଉଥିଲେ। ରିପୋର୍ଟ ମୁତାବକ, ଫୁଲରଙ୍କୁ ୫୧ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି, ଯେଉଁଥିରେ ୪୪ ମାମଲା ମହିଳା ଓ ଛୁଆଙ୍କ ମୃତଦେହ ସହ ଯୌନ ସମ୍ବନ୍ଧ ରଖିବା ସମ୍ବନ୍ଧିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.