କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବାଞ୍ଚଳ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକ । ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟି ଦେଇଥିଲେ ହକି ଇଣ୍ଡିଆର ଏକ ଜର୍ସି । ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ହେବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ଦିଲ୍ଲୀପ କୁମାର ପଟ୍ଟନାୟକ ।
ଗତ ଅକ୍ଟୋବର ୨ ତାରିଖରେ ବାୟୁସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୯୯ କାରଗିଲ୍ ଯୁଦ୍ଧରେ ଏୟାର ମାର୍ଶଲ ଦିଲ୍ଲୀପ ପଟ୍ଟନାୟକଙ୍କ ଭୂମିକା ରହିଥିଲା । ୧୯୯୯ ଜୁନ୍ ୨୭-୨୮ ତାରିଖ ରାତିରେ ଟାଇଗର୍ ହିଲ୍ ଉପରେ ସେ ପ୍ରଥମ ନାଇଟ୍ ଲେଜର୍ ବମ୍ ଷ୍ଟ୍ରାଇକ୍ କରିଥିଲେ ଦିଲ୍ଲୀପ କୁମାର ପଟ୍ଟନାୟକ । ତାଙ୍କ ପାଖରେ ରହିଛି ୨୫ଶହ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ।