ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରି ଅଧୀକ ଘନୀଭୂତ ହେବ। ୧୪ରେ ଅବପାତ ଏବଂ ୧୬ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ।
ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୬ରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ। ଲଘୁଚାପ ଯୋଗୁଁ ରାଜ୍ୟରେ ୧୭ରୁ ପାଗ ପରିବର୍ତ୍ତନ ହେବ। ୨୦ପର୍ଯ୍ୟନ୍ତ ପାଗ ମେଘୁଆ ରହିବ। ସର୍ବନିମ୍ନ ତାପମାତ୍ରା ପୁଣି ୩ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୧୮ଓ ୧୯ରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ। ଉତ୍ତର ଓଡ଼ିଶାରେ ୧୯ରୁ ୨୦ ତାରିଖ ସୁଦ୍ଧା ହାଲୁକା ବର୍ଷା ସହ ପାଗ କୋହଲା ରହିବ।