ଟ୍ରଫି ଜିତିବା ଖୁସି ସୀମା ଟପି ଗଲା, ଭିଡିଓ ଦେଖିଲେ ଆପଣ ବି କହିବେ ପାଗଳ ହୋଇଗଲାକି ଅଷ୍ଟ୍ରେଲିଆ ଟିମ୍ !
ରବିବାର ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ଫାଇନାଲ ଜିତିବା ପରେ ଜବରଦସ୍ତ ସେଲିବ୍ରେସନ କରିଥିଲେ। କଙ୍ଗାରୁ ଟିମ୍ ବିଶ୍ୱକପ୍ ଟ୍ରଫି ଏବଂ ମେଡାଲ ଗ୍ରହଣ କରିବା ପରେ ଡ୍ରେସିଂ ରୁମରେବିୟର ବୋତଲ ଖୋଲି ଖେଳାଳିମାନେ ଡ୍ୟାନ୍ସ କରିଥିଲେ। ଏହା ମଧ୍ୟରେ କିଛି ଖେଳାଳି ଜୋତା ମଧ୍ୟରେ ବିୟର ଢାଳି ପିଇବାକୁ ଲାଗିଥିଲେ। ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି।
କଙ୍ଗାରୁ ଟିମ୍ର ଏପରି ଭାବେ ବିଜୟ ଉତ୍ସବ ମନାଉଥିବା ଦେଖି ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି। ଆଇସିସି ନିଜର ଟ୍ଵିଟର ଏବଂ ଇନଷ୍ଟାଗ୍ରାମ ପେଜରେ ଏହି ଭିଡିଓକୁ ଅପଲୋଡ କରିଛି। ଲୋକେ ଦେଖି ବହୁତ ପସନ୍ଦ ମଧ୍ୟ କରୁଛନ୍ତି।
View this post on Instagram
ଏହି ଭିଡିଓରେ ଅଷ୍ଟ୍ରେଲିଆ ଖେଳାଳି ବିୟର ପିଇ ଖୁସି ମନାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ମ୍ୟାଥ୍ୟୁ େଓ୍ଵଡ ନିଜର ବାମ ପାଦର ଜୋତା କାଢି ସେଥିରେ ବିୟର ଢାଳି ପିଉଥିବା ନଜର ଆସିଛନ୍ତି। ଏହା ପରେ ମାର୍କସ ଷ୍ଟୋନିସ ସେହି ଜୋତା ମ୍ୟାଥ୍ୟୁଙ୍କ ଠାରୁ ନେଇ ସେଥିରେ ବିୟର ଢାଳି ପିଉଛନ୍ତି। ଏହି ସମୟରେ ଅନ୍ୟମାନେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।
ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ବିଜେତା ହୋଇଛି ଅଷ୍ଟ୍ରେଲିଆ ଟିମ୍। ଏହା ପୂର୍ବରୁ ଭାରତ, ପାକିସ୍ତାନ, ଇଂଲଣ୍ଡ, େଓ୍ଵଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ଟି-୨୦ ବିଶ୍ୱକପ୍ ଜିତିଥିଲା। ଗତକାଲିର ବିଶ୍ୱକପ୍ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡକୁ ଅତି ସହଜରେ ହରାଇ ଟି୨୦ ବିଶ୍ୱକପ୍ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ । କଙ୍ଗାରୁ ଦଳ ପ୍ରଥମ ଥର ଏହି ଟାଇଟଲ ଜିତିଛି । ୧୭୩ ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଅଷ୍ଟ୍ରେଲିଆ ୮ ଓ୍ଵିକେଟ୍ରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଛି । ଶେଷ ଦୁଇ ଓଭରରେ ମାତ୍ର ୧୧ ରନ ଦରକାର ଥିଲା । ତେବେ ୧୮.୫ ଓଭରରେ ଖେଳ ଶେଷ ହୋଇ ଯାଇଥିଲା ।
ଦିନିକିଆରେ ଅନେକ ଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ପ୍ରଥମ ଥର ଟି-୨୦ ବିଶ୍ଵ କପ୍ ଚାମ୍ପିଅନ ହୋଇଛି। ଖାସ୍ କଥା ପ୍ରାୟ ୬ ବର୍ଷ ପରେ ଅଷ୍ଟ୍ରେଲିଆ ହାତକୁ ଆଇସିସି ଟ୍ରଫି ଆସିଛି। ଶେଷ ଥର ୨୦୧୫ରେ ଦଳ ଦିନିକିଆ ବିଶ୍ଵ କପ୍ ଜିତିଥିଲା। ଏହା ପରେ ୨୦୧୯ ଦିନିକିଆ ବିଶ୍ଵ କପ୍ରେ ଅଷ୍ଟ୍ରେଲିଆ ସେମି ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ହେଲେ ୨୦୨୧ ଟି-୨୦ ବିଶ୍ଵ କପ୍କୁ ନିଜ ନାମରେ କରିବାରେ ସଫଳ ହୋଇଛି କଙ୍ଗାରୁ ଦଳ।
How’s your Monday going? 😅#T20WorldCup pic.twitter.com/Fdaf0rxUiV
— ICC (@ICC) November 15, 2021