ଭୁବନେଶ୍ବର(କେନ୍ଯୁଜ୍): ଭାରତୀୟ ହକି ତାରକା ଅମିତ ରୋହିଦାସଙ୍କୁ ଭେଟିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଅର୍ଜୁନ ଆୱାର୍ଡ ପାଇବା ପରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ବର୍ତ୍ତମାନ କିଟ୍ ୟୁନିଭର୍ସିଟିରେ ସୋସିଓଲୋଜିରେ ବିଏ ପାଠ ପଢ଼ୁଛନ୍ତି ଅମିତ ରୋହିଦାସ।
ଆସନ୍ତା ୨୪ରୁ ଆରମ୍ଭ ହେବାକୁ ଯାଉଥିବା ହକି ମହାକୁମ୍ଭରେ ଅମିତ ରୋହିଦାସ ଭଲ ପ୍ରଦର୍ଶନ କରନ୍ତୁ ବୋଲି ଶୁଭେଛା ଜଣାଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। ଭରାତୀୟ ହକି ଦଳର ଖେଳାଳିଙ୍କ ପ୍ରାକଟିସ୍ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ନିଜ ନିଜ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି କିଟ୍ର ୩ ଛାତ୍ରଛାତ୍ରୀ ଅମିତ ରୋହିଦାସ, ଭବାନୀ ଦେବୀ ଓ ଦୂତି ଚାନ୍ଦ ଅର୍ଜୁନ ପୁରସ୍କାର ପାଇଛନ୍ତି ।