ଯାଜପୁର (କେନ୍ଯୁଜ୍): କାର୍ ଭିତରେ ଲୁଚିଥିଲା ନାଗ । ଇଞ୍ଜିନ ଭିତରେ ଶୋଇଥିଲା ସାପ । ଗାଡ଼ି ଭିତରୁ ଫଁ ଫଁ ଗର୍ଜନ ଶୁଣିଥିଲେ ଗାଡ଼ି ମାଲିକ ଦିଲ୍ଲୀପ ପୃଷ୍ଟି । । ଏହାପରେ ବନେଟ୍ ଖୋଲି ଦେଖିଥିଲେ ୫ ଫୁଟର ନାଗ ସାପ ।
ଯାଜପୁର ବରୁହା ରକେଇ ବଜାର ଅଞ୍ଚଳର ଘଟଣା । ଦିଲ୍ଲୀପ ଟର୍ଚ୍ଚ ମାରି ଦେଖିଥିଲେ ନାଗ ସାପ ତାଙ୍କ ଗାଡ଼ି ଇଞ୍ଜିନ ଭିତରେ ଶୋଇଛି । ପରେ ସ୍ନେକ ହେଲପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ । ସ୍ନେକ ହେଲପ ଲାଇନ୍ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ସାପଟିକୁ ଗାଁ ଠାରୁ ଦୂରରେ ଏକ ଜଙ୍ଗଲରେ ଛାଡି ଦେଇଛନ୍ତି ।