ରେଳ ଧାରଣା ଉଡ଼ାଇଲେ ନକ୍ସଲ: ଝାଡ଼ଖଣ୍ଡ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ରାଉଲକେଲା(କେନ୍ଯୁଜ୍): ରେଳ ଧାରଣା ଉଡ଼ାଇଲେ ନକ୍ସଲ । ବିସ୍ଫୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ । ଝାଡ଼ଖଣ୍ଡ ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ରେଳ ଧାରଣା ଉଡ଼ାଇଲେ ନକ୍ସଲ । ଫଳରେ ହାଓ୍ଵଡ଼ା-ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଟ୍ରାକ୍‌ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।

ଗତକାଲି ରାତିରେ ଲ୍ୟାଣ୍ଡ ମାଇନ୍ସରେ ଉଡାଇ ଦେଇଛନ୍ତି ନକ୍ସଲ । ବିସ୍ଫୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବାରୁ ହାଓ୍ଵଡ଼ା-ମୁମ୍ବାଇ ରୁଟ୍‌ରେ ବହୁ ଟ୍ରେନ ବିଳମ୍ବରେ ଚାଲିଛି । ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ରେଳ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ଟପ୍‌ ମାଓନେତା କିଶନ ଦା ଓ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କ ଗିରଫ ପ୍ରତିବାଦରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.