ଆନ୍ଧ୍ରରେ ୩୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ବର୍ତ୍ତମାନ ସୁଦ୍ଧା ୩୯ ଜଣଙ୍କର ମୃତ୍ୟୁ, ୫୦ରୁ ଅଧିକ ନିଖୋଜ

ଆନ୍ଧ୍ରପ୍ରଦେଶ: ଡିପ୍ରେସନ୍‌ ପ୍ରଭାବରେ ଆନ୍ଧ୍ରରେ ବର୍ଷା ଆଣିଛି ବିତ୍ପାତ । ଚିତ୍ତୋର ଓ ରୟାଲସୀମା ଅଞ୍ଚଳରେ ମୂଷଳଧାରରେ ବର୍ଷା ବ୍ୟାପକ କ୍ଷତିକ୍ଷତି କରିଛି । ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନିଖୋଜ ଅଛନ୍ତି ୫୦ରୁ ଅଧିକ । ଆନ୍ଧ୍ରରେ ବର୍ଷା ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ଚିତ୍ତୋରରେ ଦିନକରେ ୭ହଜାର ୪୭୩ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା ।

ବର୍ଷାରେ ପାହାଡ଼ରୁ ତୀବ୍ର ବେଗରେ ପାଣି ମାଡ଼ି ଆସିଥିଲା ପାଣି । ଧୋଇଯାଇଥିଲା ରାସ୍ତାଘାଟ । ଭାସି ଯାଇଥିଲା ଗାଡ଼ିମୋଟର । ତିରୁପତି ସହରରେ ବିଭୀଷିକା ରଚିଥିଲା ବର୍ଷା ପାଣି । ବାଲାଜୀଙ୍କ ମୁଖ୍ୟ ମନ୍ଦିରରେ ମଧ୍ୟ ଫସି ରହଥିିଲେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ । ଅଞ୍ଜନେୟ ମନ୍ଦିରରେ ପାଣି ପଶିବାରୁ ଭଗବାନଙ୍କ ମୂର୍ତ୍ତି ବୁଡ଼ି ରହିଥିଲା । କିଛି ସ୍ଥାନରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଦଉଡ଼ି ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ସେହିପରି ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାର ଚିତ୍ରାବତି ନଦୀରେ ହଠାତ ପାଣି ଆସିବାରୁ ୧୦ ଜଣ ଫସି ଯାଇଥିଲେ । ସେମାନଙ୍କୁ ବାୟୁସେନାର MI-17 ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଥିଲା । ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟକରି ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.