Below header

ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମାଲକାନଗିରି(କେନ୍ଯୁଜ୍): ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ । ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ଅର୍କେଲ ଥାନା କୋତାପଲି ଅଞ୍ଚଳରେ ପ୍ରାୟ ୭୦ ଏକର ଜମିରେ ୧ଲକ୍ଷ ୫ ହଜାର ଗଞ୍ଜେଇ ଗଛ ଲାଗିଥିଲା । ଏହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ହେବ ।

ସେହିପରି ଚିତ୍ରକୋଣ୍ଡା ଥାନା ପୁରୁଣା ବନଗୁରୁ ଓ ପବ୍ଲିଗୁଡା ମଧ୍ୟରେ ପ୍ରାୟ ୨୯୮ ଏକର ସରକାରୀ ଜମିରେ ଲାଗିଥିଲା ଗଞ୍ଜେଇ ଗଛ । ଏହାର ଆନୁମାନିକ ମୂଲ୍ୟ ୪୪ କୋଟିରୁ ଅଧିକ ହେବ । ମୁଦୁଲିପଡା ଥାନା ଗାଦବାଗୁଡା ଅଞ୍ଚଳରେ ୫୮ ଏକର ଜମିରେ ୮୧ ହଜାର ୨୦୦ ଗଞ୍ଜେଇ ଗଛ ଲାଗିଥିଲା । ଯାହାର ମୂଲ୍ୟ ପ୍ରାୟ ୮ କୋଟି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.