ସମୀର ୱାଙ୍ଖେଡଙ୍କୁ ଝଟ୍‌କା, ନୱାବ ମଲ୍ଲିକଙ୍କ ଉପରେ ରୋକ୍‌ ଲଗାଇବାକୁ ମନାକଲେ ବମ୍ବେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ସମୀର ୱାଙ୍ଖେଡଙ୍କୁ ଝଟ୍‌କା। ନୱାବ ମଲ୍ଲିକଙ୍କ ଉପରେ ରୋକ୍‌ ଲଗାଇବାକୁ ମନାକଲେ ବମ୍ବେ ହାଇକୋର୍ଟ। ନୱାବ କରୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ନୁହଁ ବୋଲି କହିଛନ୍ତି ହାଇକୋର୍ଟ। ଅଭିଯୋଗ ପୂର୍ବରୁ ନୱାବ ତଥ୍ୟର ସତ୍ୟ ଯାଞ୍ଚ କରିବାକୁ ହାଇକୋର୍ଟ କହିଛନ୍ତି। ନୱାବ ମଲ୍ଲିକ ସମୀର ୱାଙ୍ଖଡେଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି।

ଯାହାକୁ ମିଥ୍ୟା ଅଭିଯୋଗ ବୋଲି କହୁଛନ୍ତି ସମୀର ୱାଙ୍ଖଡେ ଓ ତାଙ୍କ ପରିବାର। ତେଣୁ ନୱାବଙ୍କ ଉପରେ ରୋକ୍‌ ଲଗାଇବାକୁ ସେମାନେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ବମ୍ବେ ହାଇକୋର୍ଟ କୌଣସି ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛନ୍ତି।

Leave A Reply

Your email address will not be published.