ଓମିକ୍ରନ ଭାରିଏଣ୍ଟ ଭୟରେ ଆଫ୍ରିକୀୟ ଦେଶରୁ ମୁମ୍ବାଇ ଫେରିଛନ୍ତି ୧୦୦୦ ଯାତ୍ରୀ, ମାତ୍ର ୧୦୦ ଜଣଙ୍କର ହୋଇଛି ନମୁନା ପରୀକ୍ଷା

ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ମାମଲା ଦେଖାଦେବା ପରେ ଏବେ ସବୁ ଦେଶ ସତର୍କ ହୋଇଯାଇଛି। ଓମିକ୍ରନ ପାଇଁ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଆଫ୍ରିକୀୟ ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ୧୫ ଦିନ ମଧ୍ୟରେ ମୁମ୍ବାଇ ଏୟାରପୋର୍ଟ ବିଭିନ୍ନ ଆଫ୍ରିକୀୟ ଦେଶରୁ ପ୍ରାୟ ୧୦୦୦ ଯାତ୍ରୀ ଆସିଛନ୍ତି । କିନ୍ତୁ ବୃହତ୍ ମୁମ୍ବାଇ ମହାନଗର ପାଳିକା (ବିଏମସି) ପାଖରେ ମାତ୍ର ୪୬୬ ଜଣ ଯାତ୍ରୀଙ୍କ ତଥ୍ୟ ରହିଛି । ଅନ୍ୟମାନେ କୁଆଡେ ଗଲେ, ସେମାନେ ସଂକ୍ରମିତ କି ନା, ସେ ସମ୍ପର୍କରେ କେହି କିଛି ଜାଣିନାହାନ୍ତି । ଏମାନଙ୍କ ମଧ୍ୟରୁ ମାତ୍ର ୧୦୦ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ଦକ୍ଷିଣ ଆଫ୍ରିକାରେ ଓମିକ୍ରନର ପ୍ରଥମ ମାମଲା ଦେଖିବାକୁ ମିଳିଥିଲା। ଓମିକ୍ରମ ଭାରିଆଣ୍ଟର ରିସ୍କ ଅଧିକ ତେଣୁ ସାବଧାନ ରହିବା ପାଇଁ କୁହାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି, ଏହି ଭାରିଅଣ୍ଟ ରୂପ ବଦଳାଇବାରେ ଧୁରନ୍ଧର। ଯାହା ସମଗ୍ର ବିଶ୍ୱରେ ବଡ ସଙ୍କଟ ଉତ୍ପନ୍ନ କରିପାରେ। ବିଏମସିର ଅତିରିକ୍ତ କମିଶନର କହିଛନ୍ତି, ଏୟାରପୋର୍ଟ ଅଥୋରିଟି ୧୫ ଦିନ ମଧ୍ୟରେ ଆଫ୍ରିକା ଦେଶରୁ ୧୦୦୦ ଯାତ୍ରୀ ଆସିଥିବା ଖବର ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୪୬୬ ଯାତ୍ରୀଙ୍କ ତଥ୍ୟ ହିଁ ମିଳିଛି। ୪୬୬ ଜଣଙ୍କ ମଧ୍ୟରୁ ୧୦୦ ଜଣ ମୁମ୍ବାଇରେ ଅଛନ୍ତି। ସେମାନଙ୍କ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ରିପୋର୍ଟ ଜଲଦି ଆସିବା ପରେ ସବୁକିଛି କ୍ଲିଅର ହୋଇଯିବ।

ଯଦି ଏମାନଙ୍କର ରିପୋର୍ଟ ପଜିଟିଭ ଆସେ ତେବେ ସେମାନଙ୍କୁ ଜିନୋମ୍‌ ସ୍ୱିକ୍ୱୋସିଂ କରାଯିବ। ଏହି ଭାରିଅଣ୍ଟକୁ ଚିହ୍ନିବା ପାଇଁ ଜିମୋନ ସ୍ୱିକ୍ୱୋସିଂ କରିବା ଆବଶ୍ୟକ। ସଂକ୍ରମିତ ଯାତ୍ରୀଙ୍କ ପାଖରେ ଲକ୍ଷଣ ଥାଉ କିମ୍ବା ନଥାଉ ସେମାନଙ୍କୁ ସରକାରୀ କରୋନା କେନ୍ଦ୍ର ପଠାଯିବ।

Leave A Reply

Your email address will not be published.