Below header

ଆସୁଛି ବାତ୍ୟା : ୪ରେ ଛୁଇଁବ ସ୍ଥଳଭାଗ, ୩ରୁ ରାଜ୍ୟରେ ପବନ ସହ ବର୍ଷା ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା । ଡିସେମ୍ବର ୪ ବେଳକୁ ଓଡ଼ିଶା ଉପକୂଳରେ ବାତ୍ୟା ସମ୍ଭାବନା। ଦକ୍ଷିଣ ଥାଇଲାଣ୍ଡ ଓ ସଂଲଗ୍ନ କ୍ଷେତ୍ରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଆସନ୍ତା ୧୨ଘଣ୍ଟାରେ ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବ । କ୍ରମଶଃ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ଡିସେମ୍ବର ୨ତାରିଖରେ ଏହା ବଙ୍ଗୋପସାଗରେ ପ୍ରବେଶ କରିବ। ଏହା ଅଧିକ ଘନୀଭୂତ ହୋଇ ୩ ତାରିଖରେ ବାତ୍ୟାରେ ପରିଣତ ହେବ । ୪ ତାରିଖରେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ବାତ୍ୟା ଛୁଇଁବ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ପ୍ରଭାବରେ ତିନି ତାରିଖ ବେଳକୁ ରାଜ୍ୟରେ ପବନ ସହ ବର୍ଷା ଆରମ୍ଭ ହୋଇଯିବ। ୪ତାରିଖରେ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.