ଡମଣା ଛକରେ ହାଇଡ୍ରାମା: ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ଭିତରେ ରାସ୍ତାରେ ମାରପିଟ୍

ଭୁବନେଶ୍ୱର (କେନ୍ୟୁଜ): ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ହୋଇଛି ପିଟାପିଟି । ଏମିତି ଏକ ପ୍ରେମ ପ୍ରତାରଣାର ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଡମଣା ଛକ ନିକଟରେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦ୍ୱିତୀୟ ପ୍ରେମିକ ସହ ବାଇକରେ ବୁଲୁଥିବା ବେଳେ ଧରା ପଡିଗଲା ପ୍ରେମିକାଙ୍କ ଲୁଚାଛପା ଦ୍ୱିତୀୟ ପ୍ରେମ । ଆଉ ଏହାକୁ ପସନ୍ଦ କଲାନାହିଁ ପୂର୍ବତନ ପ୍ରେମିକ । ପ୍ରେମିକାଙ୍କ ଉପରେ ସନ୍ଦେହ କରି ପ୍ରଥମ ପ୍ରେମିକ ଜଣକ ପିଛା କରି ପହଞ୍ଚିଥିଲା ଦ୍ୱିତୀୟ ପ୍ରେମିକ ପାଖରେ । ଏହାପରେ ବିଚ୍ ରାସ୍ତାରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇନାହିଁ। ମାତ୍ର ଏହି ସଂଘର୍ଷର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ସରଗରମ ଚର୍ଚ୍ଚା ପାଇଁ ଖୋରାକ୍‌ ଯୋଗାଇଛି।

ସୂଚନା ମୁତାବକ, ଡମଣା ଅଞ୍ଚଳର ଜଣେ ଯୁବତୀ ଦୀର୍ଘ ଦିନ ହେବ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଉକ୍ତ ଯୁବକ ଜଣଙ୍କ ପଟିଆର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ତେବେ ଏହାରି ଭିତରେ ଯୁବତୀ ଜଣକ ଆଉ ଜଣକ ପ୍ରେମରେ ପଡ଼ିଯାଇଥିଲେ । ଏହି ଦ୍ୱିତୀୟ ପ୍ରେମିକ ସହିତ ଯୁବତୀ ଜଣକ ବାଇକ୍ ରେ ବସି ଡମଣା ଅଞ୍ଚଳରେ ବୁଲାବୁଲି କରୁଥିଲେ । ଏହି ସମୟରେ ପ୍ରଥମ ପ୍ରେମିକ ଦୁହିଁଙ୍କୁ ଏକାଠି ଦେଖିବାକୁ ପାଇଥିଲା । ଆଉ ସିଧା ଯାଇ ସେମାନଙ୍କୁ ଗାଳିମନ୍ଦ କରିଥିଲେ। ଗାଳି କରୁଥିବା ଯୁବକଜଣକ ବି ଯୁବତୀଙ୍କ ପ୍ରେମିକ ବୋଲି ଦାବି କରିଥିଲା। ତାପରେ ତିନି ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ ।

ଏହାକୁ ନେଇ ଦୁଇ ଯୁବକ ହାତାହାତି ହୋଇଥିଲେ। ତେବେ ପରେ ଆସିଥିବା ଯୁବକ ଜଣକ ହଠାତ୍ ନିକଟସ୍ଥ ଏକ ଦୋକାନରୁ ଲୁହା ରଡ୍‌ ଟାଣି ଆଣି ଆର ଜଣକୁ ପିଟି ପକାଇଥିଲା। ଯୁବକ ଜଣକ ରକ୍ତାକ୍ତ ହୋଇ ତଳେ ପଡ଼ିଯାଇଥିଲେ । ପରେ ଆକ୍ରମଣକାରୀ ତାଙ୍କୁ ଛାଡ଼ି ଯୁବତୀଙ୍କୁ ପିଟିବା ଆରମ୍ଭ କଲା। କିନ୍ତୁ ଏଥର ଉପସ୍ଥିତ ଲୋକେ ଆଉ ସମ୍ଭାଳି ନଥିଲେ। ସେମାନେ ଲୁହା ରଡ୍‌ ଧରିଥିବା ଯୁବକକୁ କାବୁ କରିଥିଲେ। ପରେ ଯୁବତୀଙ୍କ ଅନୁରୋଧକ୍ରମେ ଲୋକେ ସେମାନଙ୍କୁ ଛାଡ଼ି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.