ଶୀତ ଋତୁରେ ଦିନକୁ ନିହାତି ଦୁଇଟି “ରାଶି ଲଡୁ” ଖାଆନ୍ତୁ, କିନ୍ତୁ ଘରେ ବନେଇକି

ଶୀତ ଋତୁରେ ଶରୀରକୁ ଇନଫେକ୍ସନର ଡର ସବୁଠୁ ଅଧିକ ଥାଏ । ଏହି ଇନଫେକ୍ସନରୁ ରକ୍ଷା ପାଇବା ପାଇଁ ବଡ଼ିର ଇମ୍ୟୁନିଟି ବୁଷ୍ଟ କରିବା ନିହାତି ଜରୁରୀ । ଇମ୍ୟୁନିଟି ବଢାଇବା ପାଇଁ ଆପଣ ଏହି ଋତୁରେ ରାଶି କିମ୍ବା ଅଳସୀ ଲଡ଼ୁ ଖାଇପାରିବେ । ନିୟମିତ ଭାବରେ ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ପାଚନ ତନ୍ତ୍ର ମଜବୁତ ହେବା ସହ ଓଜନ ନିୟନ୍ତ୍ରଣକୁ ଆସିଥାଏ । ତେବେ ଆସନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ:

ଧଳା ରାଶି- ଗୋଟେ କପ

ଖୋୟା- ଅଧା କପ

ଗୁଡ-ଅଧା କପ

କେଶର- ଗୋଟେ ଚୁଟକୀ

କନୋଲା ତେଲ- ୨ ଛୋଟ ଚାମଚ

ଫୁଲ କ୍ରିମ କ୍ଷୀର- ୨ ବଡ଼ ଚାମଚ

ଡ୍ରାଏ ଫ୍ରୁଟସ- କଟା ଯାଇଥିବା

ପ୍ରସ୍ତୁତି ପ୍ରଣାଳୀ:

ଗୋଟେ ପ୍ୟାନରେ ତେଲ ଓ ରାଶି ଲଗାତାର କିଛି ସମୟ ପାଇଁ ଭାଜନ୍ତୁ ଓ ପରେ ଗୋଟେ ପ୍ଲେଟକୁ କାଢି ଦିଅନ୍ତୁ ।

ଏବେ କେଶରକୁ ଗରମ କ୍ଷୀରରେ ଭିଯାନ୍ତୁ

ସେହି ପ୍ୟାନରେ ଗୁଡକୁ ତରଳ କରି ଲଗାତାର ଘାଣ୍ଟିବା ସହିତ ଅଧା ହେବା ଯାଏଁ ଚୁଲିରେ ବସାନ୍ତୁ ।

ଗୁଡ ଟାଣ ହେବା ପୂର୍ବରୁ ସେଥିରେ କେଶର କ୍ଷୀର ମିଶାନ୍ତୁ ।

ଏବେ ଖୋୟା ଓ ରାଶି ଦେଇ ଭଲରେ ଘାଟନ୍ତୁ ।

ଏବେ ଏଥିରେ ଡ୍ରାଏ ଫ୍ରୁଟସ ମିଶାନ୍ତୁ ।

ଏବେ ହାତରେ ତେଲ ମାରି ମିଶ୍ରଣରେ ମନ ପସନ୍ଦ ଆକାରର ଲଡୁ ବନାନ୍ତୁ ।

ଦେଖନ୍ତୁ ଆପଣଙ୍କର ଟେଷ୍ଟି ଓ ହେଲଦି ରାଶି ଲଡୁ ପ୍ରସ୍ତୁତ ହୋଇଗଲା ।

ଏହାକୁ ଆପଣ ଚାହା କିମ୍ବା କ୍ଷୀର କିମ୍ବା ଏମିତି ଖାଲିରେ ବି ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.