ଜଓ୍ୱାଦର ମୁକାବିଲା ନେଇ ପ୍ରସ୍ତୁତ ଅଗ୍ନିଶମ ବିଭାଗ, ଗଠନ ହୋଇଛି ୪୭ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ

କେନ୍ୟୁଜ୍(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି। ମୁକାବିଲା ପାଇଁ ମୋଟ ୪୭ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଗଠିନ କରାଯାଇଛି। ଆଜି ଅପରାହ୍ନରେ ସମ୍ବଲପୁର ରେଞ୍ଜରୁ ୨୫ଟି ଟିମ ଆସି କଟକ ନରାଜ ଅଗ୍ନିଶମ କାର୍ଯ୍ୟାଳୟରେ ପହଞ୍ଚିବେ। ବାଲେଶ୍ଵର ରେଞ୍ଜ ରେ ୧୨ଟି ଟିମ ସଜାଗ ରହିଛନ୍ତି।

ଯେଉଁ ଜିଲ୍ଲାରେ ବାତ୍ୟା ସ୍ଥଳ ଭାଗ ଛୁଇଁବ ସେଠାକୁ ଅଧିକ ଟିମ ପଠାଯିବ। ରାଜ୍ୟର ୩୩୯ଟି ଅଗ୍ନିଶମ କେନ୍ଦ୍ରରେ ଗୋଟିଏ ଲେଖାଏଁ ଟିମ ସଜାଗ ରହିଛନ୍ତି। ଅଗ୍ନିଶମ ବରିଷ୍ଠ ଅଧିକାରୀ ମହେଶ୍ବର ସ୍ୱାଇଁଙ୍କ ସୂଚନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.