ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସହିତ ଏହିସବୁ ରୋଗରୁ ରକ୍ଷା କରିଥାଏ ଗଙ୍ଗଶିଉଳି

ଆମେ ନିଜକୁ ଯେତେ ସହରରେ ଖାପ ଖୁଆଇ ରଖିଥିଲେ ସୁଦ୍ଧା ଆମ ଶରୀର ସବୁବେଳେ ଖୋଜୁଥାଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପୃଥିବୀକୁ । କାରଣ ଗଛ ବୃକ୍ଷ ତାର ଛେଲି ଓ ଫୁଳରୁ ଆମକୁ ମିଳିଥାଏ ଅଦ୍ଭୁତ ଶକ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ହେଲା ଗଙ୍ଗଶିଉଳି । ଆପଣ ହୁଏତ କେବଳ ଗଙ୍ଗଶିଉଳି କୁ ତାର ସୁଗନ୍ଧ ପାଇଁ ଜାଣିଥିବେ । କିନ୍ତୁ ଏହି ଗଛର ପତ୍ର ଆମ ଶରୀର ପାଇଁ ଖୁବ୍ ହିତକର ।

1 ତ୍ବଚା ପାଇଁ ଅତ୍ୟନ୍ତ ହିତକର ଅଟେ ଗଙ୍ଗଶିଉଳି ପତ୍ର । ଯଦି ଆପଣଙ୍କ ମୁହଁରେ ବ୍ରଣ ସହିତ ଅନ୍ୟ ସମସ୍ୟା ଦେଖା ଯାଉଚି ତେବେ ଗଙ୍ଗଶିଉଳି ପତ୍ରକୁ ଅଲିଭ ତେଲ ରେ ମିଶାଇ ବ୍ରଣ ଉପରେ ଲଗାଇବା ଦ୍ଵାରା ଆରାମ ମିଳିଥାଏ।

2 ଆର୍ଥରାଇଟିସ ସମସ୍ୟା ହାଡ ଗଣ୍ଠି ସମ୍ବନ୍ଧୀୟ ଅଟେ। ଏହି ସମସ୍ୟା ରେ ବ୍ୟକ୍ତିର ଗଣ୍ଠି ଯନ୍ତ୍ରଣା ପ୍ରବଳ ହୋଇଥାଏ। ତା ସହିତ ଶରୀରର ଗଣ୍ଠି ଗୁଡ଼ିକର କାର୍ଯ୍ୟ କରିବାର କ୍ଷମତା ପ୍ରଭାବିତ ହୋଇଥାଏ ।

3 ଗଙ୍ଗଶିଉଳି ରେ ଆଣ୍ଟି ଇମ୍ଫ୍ଲାମେଟରି ଗୁଣ ରହିଛି , ଯାହା ଗଣ୍ଠି ଯନ୍ତ୍ରଣା ପାଇଁ ଉପଯୋଗୀ ।

4 ପାଇଲ୍ସର ଉପଚାର ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ କାମକରେ। ପ୍ରତିଦିନ ଏହାର ମଞ୍ଜି ଖାଇବା ଦ୍ୱାରା ପାଇଲ୍ସ ରୋଗ ଠିକ୍ ହୋଇଥାଏ।

5 ଗଙ୍ଗଶିଉଳିରେ ଆଣ୍ଟି-ଇନଫ୍ଲେମେଷ୍ଟ୍ରି ଗୁଣ ରହିଛି। ଯାହା କୁଣ୍ଡାଇ ହେବାରୁ ମୁକ୍ତିଦିଏ। ଆୟୁର୍ବେଦିକ ଦୋକାନରେ ମିଳୁଥିବା ଗଙ୍ଗଶିଉଳି ଏସେନସିଆଲ ଅଏଲକୁ ଆଣି ଲଗାଇ ପାରିବେ।

6 ଗଙ୍ଗଶିଉଳିରେ ଘାଆକୁ ଭଲ କରିବାର କ୍ଷମତା ରହିଛି। ଏହାର ପତ୍ରକୁ ବାଟି ଘାଆ ଉପରେ ଲଗାଇଲେ ଏହା ଶୀଘ୍ର ସୁଖି ଯାଇଥାଏ।

7 ଆପଣ ଗଙ୍ଗଶିଉଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ରଖନ୍ତୁ , ଏହାକୁ ସବୁଦିନ ପାଣିରେ ମିଶାଇ ପିଅନ୍ତୁ ନଚେତ୍ ଏହାର ପତ୍ରକୁ ନଡ଼ିଆ ତେଲରେ ଫୁଟାଇ ଗଣ୍ଠିରେ ମାଲିସ କରନ୍ତୁ ।

8 ବର୍ତ୍ତମାନ୍ ଶୀତ ଋତୁରେ ଶ୍ୱାସ , କାଶ ,ଥଣ୍ଡା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ । ଏପରି ସ୍ଥିତିରେ ଆପଣ ଗଙ୍ଗଶିଉଳି ପତ୍ରକୁ ପାଣିରେ ଫୁଟାଇ ସେଥିରେ ଅଦା ମିଶାଇ ଫୁଟାନ୍ତୁ । ଏହାପରେ ଏହାକୁ ଉଷୁମ ଉଷୁମ୍ ସେବନ କରନ୍ତୁ ।

9 ଆୟୁର୍ବେଦରେ ଗଙ୍ଗଶିଉଳି ପତ୍ରକୁ ଡେଙ୍ଗୁ , ମେଲେରିଆ ପ୍ରଭୃତି ଜ୍ଵର ପାଇଁ କରାଯାଇଥାଏ । ଜ୍ଵର ସମୟ ରେ ଏହାର ପତ୍ରର ରସ ଗୋଟିଏ ଚାମଚ୍ ନିଅନ୍ତୁ ସେଥିରେ ଦୁଇ କପ୍ ପାଣି ମିଶାନ୍ତୁ । ଏହାକୁ ଚୁଲିରେ ବସାଇ ଫୁଟାନ୍ତୁ । ପାଣି ଫୁଟି ଅଧା ହୋଇଗଲା ପରେ ସେବନ କରନ୍ତୁ । ଯେ କୌଣସି ଜ୍ଵର ପାଇଁ ଏହାକୁ ବ୍ୟବହାର କରି ପାରିବେ । ଡେଙ୍ଗୁ ପରେ ବ୍ଲଡ ରେ ପେଟଲେଟ୍ସ ସ୍ତର ବଢାଇବାରେ ଗଙ୍ଗଶିଉଳି ପତ୍ର ସାହାଯ୍ୟ କରିଥାଏ ।

10 ଗଙ୍ଗଶିଉଳି ପତ୍ରରୁ ତିଆରି ହୋଇଥିବା ହର୍ବାଲ ଚା ଶରୀରପାଇଁ ଲାଭକାରୀ ଅଟେ । କାରଣ ଏହା ଅଣ୍ଟିଆକ୍ସିଡେଣ୍ଟରେ ଭରପୁର ଅଟେ । ଏହି ହର୍ବାଲ ଚା ଶରୀରର ଥକାପଣ ଦୂରକରିବା ସହିତ ମନକୁ ଶାନ୍ତି ଦେଇଥାଏ ।

ଗଙ୍ଗଶିଉଳି ଫୁଲରୁ ତିଆରି ହୋଇଥିବା ତେଲରେ ଆଣ୍ଟି ଏଲର୍ଜୀ ମଧ୍ୟ ରହିଥାଏ । ଯେଉଁ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀରେ ଏହି ତେଲର ବ୍ୟବହାର କରାଯାଏ ତାହାକୁ ଲଗାଇବା ଦ୍ୱାରା ଚର୍ମରେ କୌଣସି ପ୍ରକାରର ଏଲର୍ଜୀ ହୁଅ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.