ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱର ଫ୍ଲାଟରେ ଇଡିର ୧୨ ଘଣ୍ଟିଆ ରେଡ୍, ପୁଅ ଆକାଶଙ୍କ SUV କାର ଜବତ

ଭୁବନେଶ୍ୱର(କେନ୍ଯୁଜ୍): ପୂର୍ବତନ ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱର ଫ୍ଲାଟରେ ଇଡିର ୧୨ ଘଣ୍ଟିଆ ରେଡ । ଏଥିସହ ଅଭୟଙ୍କୁ ଗୁଡେଇ ତୁଡେଇ ଜେରା ହୋଇଛି । ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ପଚରାଉଚରା ହୋଇଛି । ଏପଟେ ପୁଅ ଆକାଶଙ୍କ SUV କାର ଜବତ କରିଛି ଇଡି । ଅଭୟଙ୍କ କିଛି ବକ୍ସ ବି ଜବତ ହୋଇଛି ।

ଅଭୟଙ୍କ ବ୍ୟାଙ୍କ, ଆର୍ଥିକ କାରବାର ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଆର୍ଥିକ କାରବାରର ଖୋଳତାଡ ଚାଲିଛି । ଗତକାଲି ସକାଳ ୭ଟାରୁ ଚଢାଉ ଆରମ୍ଭ ହୋଇଥିଲା । ଏପଟେ ଅଭିଯୋଗକୁ ଅଭୟ ଖଣ୍ଡନ କରିବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.