କଟକ ଭୁବନେଶ୍ୱରରେ ହେବ ପ୍ରବଳ ବର୍ଷା! ଟ୍ବିନ୍ ସିଟି ପାଇଁ ଆଜି ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା IMD

ଭୁବନେଶ୍ବର(କେନ୍ଯୁଜ୍): ଟୁଇନ ସିଟି ପାଇଁ ଆଜି ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । IMD ଜାରି କଲା ଅରେଞ୍ଜ ଓ୍ଵାର୍ଣ୍ଣିଂ । କଟକ ଭୁବନେଶ୍ୱରରେ ଅଧିକରୁ ଅତି ଅଧିକ ବର୍ଷା ଆଜି ହୋଇପାରେ । ଟୁଇନସିଟିରେ ପାଣି ଜମିପାରେ । କଟକ ଓ ଭୁବନେଶ୍ୱରରେ ଆଜି ଟ୍ରାଫିକ ସମସ୍ୟା ଦେଖାଦେଇପାରେ । ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ଏହା ବଢ଼ି ୮୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି IMD କହିଛି ।

ସୂଚନା ଥାଉକି, ବଙ୍ଗୋପସାଗରରେ ମାଡି ଆସୁଛି ବାତ୍ୟା ଜଓ୍ଵାଦ । ଆସନ୍ତାକାଲି ସ୍ଥଳଭାଗ ଛୁଇଁବ । ମଧ୍ୟାହ୍ନ ବେଳକୁ ପୁରୀ ନିକଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ । ଏବେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଅଗ୍ରସର ହେଉଛି । ବିଶାଖାପାଟଣାରୁ ୨୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ଗୋପାଳପୁରଠାରୁ ୩୬୦ କିଲୋମିଟର, ପୁରୀଠାରୁ ୪୩୦ କିଲୋମିଟର ଏବଂ ପାରାଦୀପ ଉପକୂଳଠାରୁ ୫୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ବାତ୍ୟା ।

ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ଆଜି ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ ଜଓ୍ଵାଦ । ତାପରେ ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ସମୁଦ୍ର ଭିତରେ ଥିବା ବେଳେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଏକ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ ବାତ୍ୟା । ସ୍ଥଳଭାଗ ଛୁଇଁବା ବେଳକୁ ସାମାନ୍ୟ ଦୁର୍ବଳ ପଡ଼ି ସାଇକ୍ଲୋନିତ ଷ୍ଟର୍ମ ହେବ । ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୮୦ରୁ ୧୦୦ କିଲୋମିଟର ରହିବ । ଆଜିଠୁ ବଢ଼ିବ ବର୍ଷା ପରିମାଣ । ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.