କିଟ୍‌ ଓ କିସର ନିଯୁକ୍ତି ପାଇଁ ଲକ୍ଷାଧିକ ପ୍ରାର୍ଥୀଙ୍କ ଆବେଦନ: କାହା ସହ ଆର୍ଥିକ କାରବାର ନ କରିବାକୁ କିଟ୍‌ କର୍ତ୍ତୃପକ୍ଷଙ୍କ ପ୍ରେସ୍‌ ବିଜ୍ଞପ୍ତି

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଓ କିସର ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଏଥିପାଇଁ ଲକ୍ଷାଧିକ ପ୍ରାର୍ଥୀ ଆବେଦନ କରିଛନ୍ତି । ନିଯୁକ୍ତି ପାଇଁ ଆବେଦନକାରୀ କିମ୍ବା ସେମାନଙ୍କ ଅଭିଭାବକ କୌଣସି ପ୍ରଲୋଭନର ଶିକାର ହୋଇ କାହା ସହ ଆର୍ଥିକ କାରବାର ନ କରିବାକୁ କିଟ୍‌ କର୍ତ୍ତୃପକ୍ଷ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

 

ଗତ ୨୫ ବର୍ଷ ଧରି କିଟର ନିଯୁକ୍ତି ପ୍ରକ୍ରିୟାରେ ସ୍ୱଛତା ଅବଲମ୍ବନ କରାଯାଇ ଆସୁଛି । ପ୍ରାର୍ଥୀଙ୍କ ଉପଯୁକ୍ତ ମେଧା ଓ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରକ୍ରିୟା ହେବ ଏବଂ ଦୁଇ ମାସ ମଧ୍ୟରେ ଫଳାଫଳ ପ୍ରାର୍ଥୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯିବ । ପ୍ରଲୋଭନରେ ପଡ଼ି ଠକାମୀର ଶିକାର ହେଲେ କିଟ୍‌ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି କିଟ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.