ମୋବାଇଲ୍ ବ୍ୟାନ୍ ପରେ ବି ଲିକ୍ ହେଲା ଭିକ୍କି-କ୍ୟାଟ୍ଙ୍କ ବାହାଘର ପ୍ରସ୍ତୁତି ଭିଡିଓ, ଦେଖନ୍ତୁ କେମିତି ରାଜକୀୟ ଅନ୍ଦାଜରେ ଅତିଥିଙ୍କୁ କରାଯାଉଛି ସ୍ୱାଗତ
ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କ ବାହାଘରକୁ ନେଇ ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ଅଛନ୍ତି। ଏହି କପଲଙ୍କ ବିବାହ ସହ ଜଡ଼ିତ ଅନେକ ଅପ୍ଡେଟ୍ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। ଭିକ୍କି ଓ କ୍ୟାଟ୍ରିନା ସୋମବାର ସନ୍ଧ୍ୟାରେ ପରିବାର ସହ ରାଜସ୍ଥାନରେ ପହଞ୍ଚିଛନ୍ତି। ଇତି ମଧ୍ୟରେ ବାହାଘର ହେବାକୁ ଥିବା ସ୍ଥାନର ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରାଯାଉଥିବା ଦେଖାଯାଇଛି। ଏହି ଭିଡିଓ ଦେଖି ଫ୍ୟାନ୍ମାନେ ମଧ୍ୟ ବେଶ୍ ଖୁସି ନଜର ଆସିଛନ୍ତି। ପ୍ରକାଶ ଯେ ଏବେ ଯାଏଁ କ୍ୟାଟ୍ରିନା ଓ ଭିକ୍କି ନିଜ ବିବାହ ସମ୍ପର୍କରେ କୌଣସି ଘୋଷଣା କରି ନାହାନ୍ତି।
ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଶାହୀ କିଲ୍ଲା ନଜର ଆସୁଛି। ଏଠାରେ ଅତିଥିଙ୍କୁ ରାଜକୀୟ ଅନ୍ଦାଜରେ ସ୍ୱାଗତ କରାଯାଉଛି। ଭିଡିଓରେ ଦେଖାଯାଇଛି ଯେ କିଲ୍ଲାର କାନ୍ଥରେ ହେଭି ଲାଇଟିଂ କରାଯାଇଛି। ଅନ୍ୟପଟେ କିଛି ଲୋକ ଯୋଦ୍ଧା ଆକବରର ଗୀତ ଖ୍ଵାଜା ମେରୋ ଖେ୍ଵାଜା ଗାଇ ନାଚୁଥିବା ଦେଖାଯାଇଛି। ଏଥିସହ ଅତିଥିଙ୍କୁ ମଧ୍ୟ ସ୍ୱାଗତ କରାଯାଇଛି। ଏହି ଭିଡିଓକୁ ଦେଖି ଫ୍ୟାନ୍ମାନେ ବେଶ୍ ଏକ୍ସାଇଟେଡ୍ ଅଛନ୍ତି। ତେବେ କିଛି ଫ୍ୟାନ୍ ଜାଣିବାକୁ ଚାହିଁଛନ୍ତି ଯେ ଯଦି ଏହି ଇଭେଣ୍ଟକୁ ମୋବାଇଲ ବ୍ୟାନ୍ ଥିଲା ତେବେ ଏହି ଭିଡିଓ ଲିକ୍ ହେଲା କେମିତି।
ଦେଖନ୍ତୁ ଭିଡିଓ:
View this post on Instagram
ରିପୋର୍ଟ ମୁତାବକ, ଆଜି ଠାରୁ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କ ପ୍ରି ୱେଡିଂ ସେରିମନି ଆରମ୍ଭ ହେବ। ପ୍ରଥମେ ଭିକ୍କି ଓ କ୍ୟାଟ୍ରିନା ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କରିବେ। ତା’ ପରେ ହ୍ଵାଇଟ୍ ୱେଡିଂ ହେବ।
ପ୍ରକାଶ ଯେ କ୍ୟାଟ୍ରିନା ବିବାହ ପାଇଁ ଘରୁ ବାହାରିବା ବେଳେ ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧି ଥିଲେ। କିନ୍ତୁ ଏୟାରପୋର୍ଟରେ ଉଭୟେ ଅଲଗା ଅଲଗା ଏଣ୍ଟ୍ରି କରିଥିବା ଦେଖିବାକୁ ମିଳିଥିଲା।