ପୁରୀ(କେନ୍ୟୁଜ୍): ରାଜ୍ଯ ଯୋଜନା ବୋର୍ଡ ଉପଧକ୍ଷ ସଂଜୟ ଦାସ ବର୍ମାଙ୍କ PA ଚିତ୍ତ ରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସବୁଠୁ ବଡ଼ କଥା ହେଉଛି ଏହି ମୃତ୍ୟୁ ଘଟଣାରେ ସଂଜୟ ଦାସ ବର୍ମାଙ୍କ ହାତ ଥିବା ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ରାଜନୈତିକ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ସଫେଇ ଦେଇଛନ୍ତି ସଂଜୟ ଦାସ ବର୍ମା । ସେ ଏହି ଘଟଣାରେ ଅତ୍ୟନ୍ତ ଦୁଃଖିତ।
ତେବେ ତାଙ୍କ ନାମରେ ଯେଉଁ ଅଭିଯୋଗ ଆସିଛି ଏହାର ତଦନ୍ତ ପାଇଁ ସେ ପୁରୀ ଏସ୍ପିଙ୍କୁ ଅନୁରୋଧ କରିଛନ୍ତି। ଘଟଣାର ତଦନ୍ତ ପରେ କିଏ ଦୋଷୀ ଓ ଠିକ କଣ ଭୁଲ କଣ ସବୁକିଛି ସ୍ପଷ୍ଟ ହେବ ବୋଲି ସଂଜୟ କହିଛନ୍ତି।