ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହା ପରେ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କରୀନାଙ୍କ ଘରକୁ ସିଲ୍ କରିଛି। ବିଏମସି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କରୀନାଙ୍କ ପାଖରୁ ସମ୍ପୂର୍ଣ୍ଣ ସୂଚନା ମିଳିନାହିଁ, କିନ୍ତୁ ସେ କାହାକାହା ସହ ସମ୍ପର୍କରେ ଆସିଛନ୍ତି ତାହାର ରେକର୍ଡ ଟ୍ରାକ କରିବାରେ ଲାଗି ପଡିଛି ବିଏମସି । କରୀନାଙ୍କ ସହ ଅମୃତା ଆରୋରା ମଧ୍ୟ କରୋନାଙ୍କୁ ସଂକ୍ରମିତ ହୋଇଛନ୍ତି ।
ଅନ୍ୟପଟେ କରୀନା କପୁର ଖାନ ଇନଷ୍ଟା ଷ୍ଟୋରୀରେ ଏକ ନୋଟ୍ ସେୟାର କରିଛନ୍ତି। କରୀନା ତାଙ୍କ ନୋଟରେ ଲେଖିଛନ୍ତି, ‘ମୁ କୋଭିଡ ଦ୍ୱାରା ଆକ୍ରାନ୍ତ ହୋଇଛି । ଏଥିପାଇଁ ମୁଁ ଆଇଶୋଲେଶନରେ ଅଛି ଏବଂ ସମସ୍ତ ମେଡିକାଲ୍ ପ୍ରୋଟୋକଲ୍ ଅନୁସରଣ କରୁଛି। ଯେଉଁଥିରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଟେଷ୍ଟିଙ୍ଗ କରେଇନେବାକୁ ଅନୁରୋଧ କରିଛନ୍ତି କରୋନା । ମୋ ପରିବାର ଏବଂ ମୋର କର୍ମଚାରୀମାନେ ଦୁଇଟି ଯାକ ଡୋଜ୍ ନେଇଛନ୍ତି ଓ ସେମାନଙ୍କର କୌଣସି ଲକ୍ଷଣ ଦେଖା ଯାଇନାହିଁ ବୋଲି ପ୍ରକାଶ କରିଛନ୍ତି କରିନା କପୁର ।
କରୀନାଙ୍କ ସମ୍ବନ୍ଧରେ ବିଏମସି କହିଛି, କରୀନାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀର ଯାଞ୍ଚ କରାଯାଇଛି। ଭାରିଏଣ୍ଟକୁ ଜାଣିବା ପାଇଁ ତାଙ୍କ ସାମ୍ପଲକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଇ ଦିଆଯାଇଛି। ତେବେ ବିଏମସି ଏପର୍ୟ୍ୟନ୍ତ କରୀନାଙ୍କ ବିରୋଧରେ କରୋନା ନିୟମକୁ ନେଇ କୌଣସି ପ୍ରକାରର ଅଭିଯୋଗ କରିନାହିଁ।
ସୂଚନା ଅନୁଯାୟୀ ଦୁଇ ଦିନ ପୂର୍ବରୁ କରୀନା କପୁର ଭଉଣୀ କରିସ୍ମାଙ୍କ ସହ କରନ୍ ଜୋହରଙ୍କ ପାର୍ଟିରେ ଯୋଗ ଦେଇଥିଲେ। ଫିଲ୍ମ କଭି ଖୁସି କଭି ଗମ୍ ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ଆୟୋଜିତ ହୋଇଥିଲା। BMC ପକ୍ଷରୁ କରୀନା କପୁର ଓ ଅମୃତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ RTPCR ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶ ଯେ କରୀନା କପୁର ଓ ଅମ୍ରିତା ଅରୋରା ଉଭୟେ ଭଲ ସାଙ୍ଗ। ଉଭୟେ ସୋସିଆଲ ମିଡ଼ିଆରେ ନିଜର ଅନେକ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। କରନ ଜୋହରଙ୍କ ପାର୍ଟିରେ ମଧ୍ୟ ଉଭୟେ ସାମିଲ ହୋଇଥିଲେ। ଏଥିସହ ଏହି ଦୁଇ ଜଣ କରୋନା ଗାଇଡ ଲାଇନ ଉଲ୍ଲଂଘନ କରି ଅନେକ ପାର୍ଟି ବି କରିଛନ୍ତି। ଫଳରେ ଏମାନେ ସୁପର ସ୍ପ୍ରେଡର ହେବାର ସମ୍ଭାବନା ବି ରହିଛି।