ଆମେରିକାର କାଲିଫର୍ଣ୍ଣିଆର ଲଗୁନା ବିଚରେ ଏକ ପ୍ୟାଡେଲବୋର୍ଡର୍ସ ବିଶାଳକାୟ ସନଫିସ୍କୁ ଦେଖିଛନ୍ତି। କିନ୍ତୁ ମାଛର ପ୍ରକୃତ ଲମ୍ବ ଜଣା ନାହିଁ। କିନ୍ତୁ ପ୍ୟାଡେଲବୋର୍ଡର ଲମ୍ବ ୧୪ ଫୁଟ ରହିଥିବା ବେଳେ ଫଟୋକୁ ଦେଖି ଆକଳନ ଅନୁଯାୟୀ, ସନଫିସର ଲମ୍ବ ୯ ରୁ ୧୦ ଫୁଟ ହେବ। ଏହି ମାଈସନଫିସ୍ ଏକ ସମୟରେ ୩୦୦ ନିୟୁତ ଅଣ୍ଡା ଦେଇପାରେ। ସନଫିସ୍ ସେମାନଙ୍କର ଉଜ୍ଜ୍ୱଳ ଆଖି, ବୃହତ୍ ମୁଣ୍ଡ ଏବଂ ଲମ୍ବା ଫିନ୍ ପାଇଁ ଜଣାଶୁଣା। ଯାହାକୁ ଲୋକେ ବେଳେବେଳେ ସାର୍କ ବୋଲି ଭାବି ନିଅନ୍ତି।
ଲାଇଭ ସାଇନ୍ସ ରିପୋର୍ଟ ମୁତାବକ, ଅକ୍ଟୋବରରେ ଧରାଯାଇଥିବା ଏକ ସନଫିସର ଲମ୍ବ ୧୦.୫ ଫୁଟ ଏବଂ ଓଜନ ୨୦୦୦ କିଲୋଗ୍ରାମ ଥିଲା। ଲାଗୁନା ବିଚରେ ଏହି ମାଛ ଦେଖିଥିବା ପ୍ୟାଡେଲବୋର୍ଡର୍ସଙ୍କ ମଧ୍ୟରୁ ଜଣେ ଧନୀ ଜର୍ମାନ କହିଛନ୍ତି, ଡିସେମ୍ବର ୨ ରେ ଦେଖାଯାଇଥିବା ଗ୍ରେ କଲର୍ ସନଫିସ୍ ଅତ୍ୟନ୍ତ ଶାନ୍ତ ଏବଂ ଚମତ୍କାର ଥିଲା। ଜର୍ମାନ ଏବଂ ତାଙ୍କ ବନ୍ଧୁ ମ୍ୟାଟ ୱିଟନ୍ ସମୁଦ୍ର କୂଳରେ ଡଲଫିନ୍ ଦେଖିବା ପାଇଁ ଆଶା କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ମେନ୍ ବିଚ୍ ଠାରୁ ୬୦୦ ଫୁଟ ପର୍ଯ୍ୟନ୍ତ ପହଞ୍ଚିଲେ, ସେମାନେ ଏହି ସନଫିସକୁ ଦେଖିଥିଲେ।
ଖରାରେ ଅଧିକ ସମୟ ପର୍ଯ୍ୟନ୍ତ ରହିବା ପାଇଁ ଇଚ୍ଛା ରଖୁଥିବା ଯୋଗୁଁ ଏହି ମାଛକୁ ସନଫିସ୍ ବୋଲି କୁହାଯାଏ। ଏହାକୁ ମୋଲା ମୋଲା ନାମରେ ମଧ୍ୟ କୁହାଯାଏ। ଯାହାର ରଙ୍ଗ ସୁନେଲୀ, ନୀଳ ଏବଂ ବ୍ରାଉନ ହୋଇଥାଏ।
ଏହି ମାଛକୁ ସମୁଦ୍ରର ସବୁ ବଡ ମାଛ ନିଜ ଶିକାର କରିଥାନ୍ତି। କିନ୍ତୁ ସି ଲାଇନ, ହେ୍ଵଲ ଏବଂ ସାର୍କ ନିଜର ଆହାର କରନ୍ତି। ଏହି ମାଛ ଅତ୍ୟଧିକ ସଂଖ୍ୟାରେ ରହିଥିବା ବେଳେ ବହୁତ ସଂଖ୍ୟାର ଛୋଟ ମାଛ ଛୁଆ ମଧ୍ୟ ରହିଥାନ୍ତି। ଅନେକ ସନଫିସ୍ ଶରୀରରେ ସ୍ପୋଟର୍ସ ମଧ୍ୟ ଦେଖିବାକୁ ମିଳିଥାଏ। ଏହି କାରଣରୁ ଅନେକ ଥର ପଥର ଭଳି ଦେଖାଯାଆନ୍ତି। ଏହା ପ୍ରଶାନ୍ତ ମହାସାଗର ଏବଂ ଆଟଲାଣ୍ଟିକ ମହାସାଗରରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାନ୍ତି। ଏହି ମାଛକୁ ଶିକାର କରିବା ପରେ ଏହାକୁ ଜାପାନ, କୋରିଆ ଭଳି ଦେଶକୁ ଅଧିକ ମାତ୍ରାରେ ପଠାଯାଏ।
ଏହି ସନଫିସ୍ ଜେଲିଫିସ୍, ସ୍କ୍ଵିଡ ଭଳି ମାଛକୁ ନିଜର ଆହର କରିଥାନ୍ତି। ଏହାର ଆହାରରେ ପୋଷକ ତତ୍ତ୍ୱ କମ୍ ରହିଥାଏ। ଏହି କାରଣରୁ ଅଧିକ ଭୋଜନ ଦରକାର କରିଥାଏ ସନଫିସ୍।