ପାଠ ପଢିବା ସହିତ ପିଲାଙ୍କର ହେବ ମନୋରଂଜନ, Samsung ଲଞ୍ଚ କଲା ପିଲାଙ୍କ ପାଇଁ ଟାବଲେଟ୍‌

ମୋବାଇଲ ଫୋନ ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ଜିନିଷ ପାଇଁ ସାମସଙ୍ଗ ଘରେ ଘରେ ପରିଚିତ। ଏବେ ସାମସଙ୍ଗ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ସାମସଙ୍ଗ ବଜାରରେ ଏକ ଟାବ୍‌ଲେଟ୍‌ ଲଞ୍ଚ କରିଛି। ଯାହା Galaxy Tab A7 Lite ର କିଡସ୍‌ ଭର୍ସନ ରହିଛି। Samsung Tab A Kids ଟାବଲେଟ୍‌ରେ ପିଲାଙ୍କୁ କାହାଣୀ ପଢିବାର ସୁଯୋଗ ମିଳିବ। ଏହି ଟାବଲେଟ୍‌କୁ ରଷିଆର ଚିଲେଡ୍ରେନ ବ୍ରାଣ୍ଡ Smeshariki ସହଭାଗିତାରେ ଲଞ୍ଚ କରାଯାଇଛି। ପିଲାଙ୍କୁ ଧ୍ୟାନରେ ରଖି ଏଥିରେ ୨୦ରୁ ଅଧିକ ଏଜୁକେସନାଲ ଏବଂ ଏଣ୍ଟରଟେନମେଣ୍ଟ ଆପ୍ଲିକେସନ ରହିଛି। ଏହି ଟାବଲେଟ୍‌ର ସ୍ୱତନ୍ତ୍ରତା ହେଉଛି ଏଥିରେMarusia ନାମକ ଡିଜିଟାଲ ଆସିଷ୍ଟାଣ୍ଟର ଉପଯୋଗ କରାଯାଇଛି। ଯାହା ପିଲାଙ୍କୁ ମ୍ୟୁଜିକ ଶୁଣିବା ସହିତ ଗେମ୍‌ ଖେଳିବାର ମଜା ମଧ୍ୟ ଦେବ।

ଦାମ :

Samsung Tab A Kids ର ଦାମ୍‌ RUB ୧୪,୯୯୦ ଅର୍ଥାତ୍‌ ୧୫,୫୦୦ ଟଙ୍କା ରହିଛି। ଏହା ଏବେ ରଷିଆରେ ଲଞ୍ଚ ହୋଇଛି। ରଷିଆରେ ଏକ କମ୍ପାନୀ ଅଧିକାରକ େଓ୍ଵବସାଇଟରେ ମଧ୍ୟ ସେଲ୍‌ ପାଇଁ ଉପଲବ୍ଧ ରହିଛି। କମ୍ପାନୀ ଭାରତ ଏବଂ ଅନ୍ୟ ଦେଶରେ କେତେ ଲଞ୍ଚ କରିବ ତାହାର ଅଫିସିଆଲ ଘୋଷଣା କରିନାହିଁ।

ସ୍ପେସିଫିକେସନ:

Samsung Tab A Kids ପିଲାଙ୍କ ପାଇଁ ଲଞ୍ଚ ହୋଇଛି। ତେଣୁ ଏହାର ଇଣ୍ଟରଫେସ ସଂପୂର୍ଣ୍ଣ ଭାବେ ପିଲାଙ୍କ ଭଳି ଡିଜାଇନ କରାଯାଇଛି। ଖାସ୍‌ କଥା ହେଲା ଏହି ଟାବଲେଟରେ ଲିମିଟେଡ୍‌ ଆକ୍ସେନ ପାଇଁ ପାରେଣ୍ଟାଲ କଣ୍ଟ୍ରୋଲ ମଧ୍ୟ ରହିଛି। ହା ସହିତ ଟାବଲେଟ ଶକ୍‌ ରେସିଷ୍ଟାଣ୍ଟ କେସ୍‌ ସହିତ ମଧ୍ୟ ରହିଛି। ଯାହା ପିଲାଙ୍କୁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ପାଓ୍ଵାର ବ୍ୟାକ୍‌ଅପ୍‌ ପାଇଁ ଟାବଲେଟ୍‌ରେ ୫,୧୦୦mAh ବ୍ୟାଟେରୀ ଦିଆଯାଇଛି। ଏହା ସିଙ୍ଗଲ ଚାର୍ଜରେ ଗୋଟେ ଦିନ ଚାଲିବ ବୋଲି କମ୍ପାନୀ ଦାବି କରିଛି।

ଫିଚର୍ସ:

Samsung Tab A Kids ରେ ୮.୭ ଇଞ୍ଚର ଟିଏଟି ଟଚ୍‌ସ୍କ୍ରିନ ଡିସପ୍ଲେ ଦିଆଯାଇଛି। ଏହା2.3 GHz octa-core ଚିପସେଟ୍‌ ଲେସ୍‌ ରହିଛି। ଫଟୋଗ୍ରାଫି ପାଇଁ ଏଥିରେ ୮ ଏମପି କ୍ୟାମେରା ସହିତ ଫୁଲ ଏଚଡି ଭିଡିଓ ସପୋର୍ଟ ମଧ୍ୟ ରହିଛି। ଭିଡିଓ କଲିଂ ସହିତ ସେଲଫି ସୁବିଧା ପାଇଁ ୨ ଏମପିର ଫ୍ରଣ୍ଟ କ୍ୟାମେରା ରହିଛି। ଏଥିରେ ୩ ଜିବି ରାମ ସହିତ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ ମଧ୍ୟ ଦିଆଯାଇଛି।

Leave A Reply

Your email address will not be published.