ଖେଳ ଚାଲିଥିବାବେଳେ ମାରିଲା ବିଜୁଳି, ଅଧାରେ ଅଟକିଲା ଇଂଲଣ୍ଡ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନର ଟେଷ୍ଟ ମ୍ୟାଚ୍

କେନ୍ଯୁଜ୍: ବିଜୁଳି ମାଡ଼ ପ୍ରଭାବରେ ଅଟକିଲା ଖେଳ। ଆଡିଲେଡ୍‌ ଓଭାଲରେ ଚାଲିଛି ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ୍‌ ସିରିଜର ଦ୍ୱିତୀୟ ଟେଷ୍ଟ। ମ୍ୟାଚର ଦ୍ୱିତୀୟ ଦିନର ଶେଷ ଆଡକୁ ବଜ୍ରପାତ ହେବାରୁ ଖେଳକୁ ଆଗୁଆ ବନ୍ଦ କରିବାକୁ ପଡିଲା। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨ ୱିକେଟରେ ୧୭ ରନ୍‌ କରିଛି।

ଓପନର ହସିବ ହମ୍ମିଦ ଓ ରୟସ ବର୍ନସ ପାଭିଲିଅନ ଫେରିଥିବା ବେଳେ କ୍ରିଜ୍‌ରେ ଅଛନ୍ତି ମଲାନ ଓ ଜୋ ରୁଟ୍‌। ଇଂଲଣ୍ଡ ଇନିଂସର ନବମ ଓଭରରେ ଖେଳ ପଡିଆ ପାଖରେ ବଜ୍ରପାତ ହୋଇଥିଲା। ବଡ଼ ଶବ୍ଦ ହେବାରୁ ବ୍ୟାଟିଂ କରିବାକୁ ପ୍ରସ୍ତୁତ ହେଉଥିବା ଡେଭିଡ୍‌ ମଲାନ କ୍ରିଜ୍‌ରୁ ହଟି ଯାଇଥିଲେ।

ଷ୍ଟମ୍ପ କ୍ୟାମେରା ଦ୍ୱାର ସେ ଦୃଶ୍ୟ କଏଦ ହୋଇଥିଲା। ଡେ-ନାଇଟ୍‌ ଖେଳାଯାଉଥିବା ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୩ ରନ୍‌ କରିଛି। ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ ଥିବା ବେଳେ ରୁଟ୍‌ଙ୍କ ଠାରୁ ଲମ୍ବା ଇନିଙ୍ଗସକୁ ଅପେକ୍ଷା । ମଲାନ ଓ ଜୋ ରୁଟ୍‌ ବଡ଼ ସ୍କୋର କରିବା ନେଇ ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.