Below header

ପିପିଲି କଢିମୂଳ କେନାଲ ସଫେଇ ବେଳେ ମଣିଷ କଙ୍କାଳ ଉଦ୍ଧାର

ପିପିଲି(କେନ୍ଯୁଜ୍): ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କଢିମୂଳ କେନାଲ ସଫେଇ ସମୟରେ ଏକ ମଣିଷ କଙ୍କାଳ ଉଦ୍ଧାର। ଘଟଣାସ୍ଥଳରେ ପୋଲିସ ପହଁଚି ଏହାକୁ ଉଦ୍ଧାର କରିଛି। କଙ୍କାଳଟି ପୁରୁଷ ଲୋକର କି ମହିଳାଙ୍କର ତାହା ଜଣା ପଡୁନଥିବା ବେଳେ ଏହା ପ୍ରାୟ ଏକ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି ।

ପୋଲିସ ଘଟଣାସ୍ଥଳରେ ପଚରାଉଚରା କରିବା ସହିତ କଙ୍କାଳକୁ ଜବତ କରିକଟକ ଫୋରେନସିକ ଲାବୋରୋ୍ଟୋରୀକୁ ପଠାଇ ଦେଇଛି । ଏନେଇ ପିପିଲି ଥାନାରେ ୨୨/୨୧ ରେ ଏକ ୟୁଡି କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.