ଲିପଷ୍ଟିକ ଲଗାଇଲେ ଓଠ ଫାଟିଯାଉଛି କି ? ଆପଣାନ୍ତୁ ଏହି ସହଜ ଟିପ୍ସ

ଅନେକ ଥର ଲିପଷ୍ଟିକ ଲଗାଇବା ଦ୍ୱାରା ଓଠ ଫାଟିଯାଏ। ଲିପଷ୍ଟିକର କ୍ୱାଲିଟି ଆପଣଙ୍କ ଓଠ ଏବଂ ସ୍କିନକୁ ଖରାପ କରିଦିଏ। ଯଦି ଆପଣ ଏଭଳି ସମସ୍ୟା ଦେଇ ଗତି କରୁଥାନ୍ତି, ତେବେ କିଛି ସହଜ ଉପାୟ ଆପଣାଇ ଆପଣଙ୍କ ସମସ୍ୟାକୁ ଦୂର କରିପାରିବେ। ଝିଅ ମାନଙ୍କର ଗୋଲାପୀ ଓଠ ପୁଅ ମାନଙ୍କର ଆକର୍ଷଣର କେନ୍ଦ୍ର ହୋଇଥାଏ। ଲିପଷ୍ଟିକ କେବଳ ଓଠର ସୁନ୍ଦରତା ବଢ଼ାଇ ନଥାଏ ବରଂ ଚେହେରାକୁ ଏକ ନୂଆ ଲୁକ୍ ଦେଇଥାଏ। ଏହି କାରଣରୁ ଏକ୍ସପର୍ଟ ମାନେ ଫେସ୍ ଏବଂ ସ୍କିନ ହିସାବରେ ଲିପଷ୍ଟିକର ସେଡ ବାଛିବାକୁ ପରାମର୍ଶ ଦେଇଥାନ୍ତି। ଏକ ରିସର୍ଚ୍ଚରେ ଜଣାପଡିଛିଯେ ଲିପଷ୍ଟିକ ଲଗାଉଥିବା ମହିଳା ଅଧିକ ଆତ୍ମବିଶ୍ବାସୀ ଏବଂ ଶକ୍ତିଶାଳୀ ଅନୁଭବ କରିଥାନ୍ତି। ଏହିଭଳି ମହିଳାଙ୍କୁ ବହୁତ ଆକର୍ଷଣୀୟ ବୋଲି ଧରାଯାଏ।

ଚେହେରାର ସୁନ୍ଦରତା ବଢାଇବା ପାଇଁ ଝିଅମାନେ ବିଭିନ୍ନ ପ୍ରକାର ବିୟୁଟି ପ୍ରଡକ୍ଟସ ଆପଣାନ୍ତି, କିନ୍ତୁ ଲିପଷ୍ଟିକ ହିଁ ସେମାନଙ୍କ ଲୁକ୍‌କୁ ସୂଂପୂର୍ଣ୍ଣ ଭାବେ ବଦଳାଇ ଦେଇଥାଏ। ଓଠକୁ ସୁନ୍ଦର କରିବା ପାଇଁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଲିପଷ୍ଟିକ୍‌ ମିଳୁଛି। ଲିପ୍‌ ଗ୍ଲସ, ଲିପ୍‌ ବାମ, ଲିପ୍‌ କ୍ରେଏସନ୍‌, ଲିପ୍‌ ଲାଇନର, ଲିପଷ୍ଟିକ ଏବଂ ଲିପ୍‌ ସ୍କ୍ରବ। ଏହି ଜିନିଷର ମଧ୍ୟ ବିଭିନ୍ନ ପ୍ରକାର ରହିଛି।  ବିଶେଷ କରି ଥଣ୍ଡା ପାଗ ହେଲେ ଓଠ ଶୁଷ୍କ ହୋଇଯାଏ । ଏହା କାରଣରୁ ଓଠ ଫାଟିଥାଏ । ଏମିତିକି ଓଠରୁ ରକ୍ତ ମଧ୍ୟ ବାହାରେ । ଏହି ସମସ୍ୟା କାରଣରୁ ଅନେକ ଚିନ୍ତିତ ହୋଇପଡନ୍ତି ।

ଲିପଷ୍ଟିକ ଲଗାଇବା ପୂର୍ବରୁ ଓଠକୁ ନମନୀୟ କରିବା ଉଚିତ। ଏହାଦ୍ୱାରା ଓଠ ସୁସ୍ଥ ରହିବ ଆଉ ଫାଟିବ ନାହିଁ।

ଲିପଷ୍ଟିକ ଲଗାଇବା ପୂର୍ବରୁ ଲିପ୍‌ ବାମ୍‌ ଲଗାନ୍ତୁ। ଏହା ଓଠକୁ ଚମକ କରିବା ସହିତ ଫାଟିବା ସମସ୍ୟାରୁ ମୁକ୍ତି ଦେବ।

lip care

ଓଠ ସବୁଠାରୁ ଅଧିକ ସମ୍ବେଦନଶୀଳ ଅଙ୍ଗ ହୋଇଥାଏ। ଓଠକୁ ସସ୍ଥ ରଖିବା ସହିତ ମଶ୍ଚରାଇଜ ମଧ୍ୟ କରିବା ଉଚିତ। ପ୍ରାକୃତିକ ତେଲ ଯେପରିକି ଅର୍ଗାନ ଅଏଲ କିମ୍ବା ନଡିଆ ତେଲ ଲଗାଇ ପାରିବେ।

ମେଟ ଲିପଷ୍ଟିକ ଲଗାଇବା ପୂର୍ବରୁ ଓଠରେ ଲାଇନର ଲଗାନ୍ତୁ। ଏହାଛଡା ପ୍ରତିଦିନ ଲିପଷ୍ଟିକ ଲଗାଇବା ଉଚିତ ନୁହେଁ। ଏମିତି କଲେ ଓଠ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ। ଲିପଷ୍ଟିକକୁ ଅଧିକ ସମୟ ପର୍ଯ୍ୟନ୍ତ ଓଠରେ ଲଗାନ୍ତୁ ନାହିଁ।

ଲିପଷ୍ଟିକରେ ମହମ, ତେଲ ଏବଂ ପିଗମେଣ୍ଟେସନ୍‌ ଭଳି ତତ୍ତ୍ୱ ରହିଥାଏ। ମେଟ ଲିପଷ୍ଟିକରେ ଅଧିକ ମହମ, କଲର ଏବଂ କମ୍‌ ତେଲ ରହିଥାଏ। କମ୍‌ ତେଲ ଥିବା ଲିପଷ୍ଟିକ ଓଠକୁ ଅଧିକ ଡ୍ରାଏ କରିଦିଏ। ତେଣୁ ସବୁବେଳେ ଲିପଷ୍ଟିକ କିଣିବା ପୂର୍ବରୁ କ୍ୱାଲିଟି ନିଶ୍ଚିତ ଭାବେ ଚେକ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.