ହେଲ୍‌ଥ ଟିପ୍ସ : ଯୋଗ କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏପରି ଭୁଲ୍‌, ପୁରା ଶ୍ରମ ବେକାର ହୋଇଯିବ

ନୂଆଦିଲ୍ଲୀ : ଯୋଗ ଆମ ଶରୀର ପାଁ ବହୁତ ଲାଭକାରୀ ହୋଇଥାଏ । ଯୋଗ କରିବା ଦ୍ୱାରା ବହୁ ଆସନର ଫାଇଦା ମିଳିଥାଏ । ଲୋକେ ନିଜର ସମସ୍ୟା ଅନୁଯାୟୀ ଆସନ କରିଥାନ୍ତି । ତେବେ ଯୋଗ କଲାବେଳେ କିଛି ଭୁଲ ହୁଏତ ଶରୀର ଉପରେ ତା’ର ପ୍ରଭାବ ପକାଇ ନଥାଏ । କିନ୍ତୁ ପରେ ଏହା ହାନିକାରକ ହୋଇଥାଏ । ତେବେ ଏଥିରେ କିଛି ବ୍ୟସ୍ତ ହେବାର କାରଣ ନାହିଁ । କାରଣ ଆଜି ଆମେ ଆପଣଙ୍କୁ କହିବୁ ଯୋଗ କରିବା ସମୟରେ କେଉଁ ଭୁଲ ନକରିବା ଉିଚିତ୍‌ ।

ଶ୍ୱାସ ନେବା ପାଇଁ ଭୁଲ ତରିକା ଆପଣାନ୍ତୁ ନାହିଁ :

କିଛି ବି ଯୋଗ କଲାବେଳେ ଶ୍ୱାସ ନେବାରେ ଠିକ୍‌ ତରିକା ଆପଣାଇବା ଉଚିତ୍‌ । କାରଣ ପ୍ରତ୍ୟେକ ଯୋଗ ପୋଜରେ ଅଲଗା ଶ୍ୱାସ ଟେକନିକର ବ୍ୟବହାର କରାଯାଇଥାଏ । ତେଣୁ ଯୋଗ କଲାବେଳେ ଶ୍ୱାସ ନେବାରେ ଯେପରି ଭୁଲ ଟେକନିକର ପ୍ରୟୋଗ କରାନଯାଏ ।

ବିଚାର ସହିତ ବ୍ୟାୟାମ କରନ୍ତୁ :

ଯୋଗର ଲକ୍ଷ୍ୟ ଶରୀରକୁ ବ୍ୟାୟାମ କରିବା ସହ ମନକୁ ନିଜର ଅଧିନରେ ରଖିବା ଉଚିତ୍‌ । ଯଦି ଯୋଗ କରୁଥିବା ବେଳେ ଆପଣଙ୍କ ମନରେ ଭୁଲ ବିଚାର ଉତ୍ପନ ହୁଏ ତେବେ ଆପଣଙ୍କର ଧ୍ୟାନ ଚ୍ୟୁତ ହୋଇପାରେ । ଧ୍ୟାନ ବିଚ୍ୟୁତ ହେଲେ ଯୋଗ ପୋଜରେ ତ୍ରୁଟି ହୋଇଥାଏ । ଫଳରେ ଯୋଗୁ ମିଳିବାକୁ ଥିବା ଲାଭ ମିଳିପାରେ ନାହିଁ ।

ଠିକ୍‌ କପଡା ନ ପିନ୍ଧିବା :

ଠିକ୍‌ କପଡ଼ା ନ ପିନ୍ଧିବା ଯୋଗୁ ଯୋଗ କରିବାରେ ଅସୁବିଧା ହୋଇଥାଏ । ତେଣୁ ଯୋଗ କଲାବେଳେ ଠିକ କପଡା ଉପରେ ଅଧିକ ଧ୍ୟାଦ ଦେବା ଉଚିତ୍‌ । କାରଣ ଢ଼ିଲା କିମ୍ବା ଅଧିକ ଖୋଲା କପଡ଼ା ଯୋଗ କରିବାରେ ଅସୁବିଧା ସୃଷ୍ଟି କରିଥାଏ । ଯୋଗ ମୁଦ୍ରାରେ ଥିବା ବେଳେ ଭୁଲ ପୋଷାକ ଧ୍ୟାନ ବିଚଳିତ କରିପାରେ । ତେଣୁ ଯୋଗ କଲାବେଳେ ସର୍ବଦା କପଡ଼ା ଚୟନରେ ଯେପରି ଭୁଲ ନହୁଏ । ନଚେତ ଯୋଗ କରିବାରେ ଏହା ବାଧା ସୃଷ୍ଟି କରିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.