ପ୍ରଭୁ ଜଗନ୍ନାଥଙ୍କୁ ନୂଆ ବର୍ଷର ସକାଳ ପ୍ରଣମା ଜଣାଇ ରାଜ୍ୟବାସୀଙ୍କ ଉନ୍ନତି କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ): ନୂଆ ବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀ ଯାଇ ନ ପାରି ଘରୁ ଆଶୀର୍ବାଦ ମାଗିଛନ୍ତି। ନବୀନ ଜଗନ୍ନାଥଙ୍କ ବଡ଼ ଭକ୍ତ। ତେଣୁ ପ୍ରତିବର୍ଷ ନୂଆବର୍ଷ ଦିନ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରନ୍ତି। କିନ୍ତୁ ଦି ବର୍ଷ ହେଲା କୋଭିଡ୍ କଟକଣା ଯୋଗୁଁ ନବବର୍ଷ ଦିନ ପୁରୀ ଯାଇ ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ବର୍ଷ ନୂଆବର୍ଷରେ ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ଏୟାରପୋର୍ଟ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ। ଏହାସହ ପୁରୀକୁ ଐତିହ୍ୟ ସହର କରି ଗଢି ତୋଳିବାକୁ କାମ ତ୍ୱରାନ୍ଵିତ ହୋଇଛି।
୨୦୨୧ରେ ଶ୍ରୀଜନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ଭିତ୍ତି ପଡିଥିଲା। ..ଆଜି ନବ ବର୍ଷରେ ପୁରୀ ଯାଇ ନ ପାରି ଘରୁ ଆଶୀର୍ବାଦ ମାଗିଛନ୍ତି। ଏହାସହ ନୂଆବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୨ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳମୟ ହେଉ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ ପ୍ରତିଟି ଜୀବନ ମଙ୍ଗଳମୟ ହେଉ। ଓମିକ୍ରନ୍ର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ। କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।