ଜୀବନରେ ଯଦି ଖୁସି ରହିବାକୁ ଚାହୁଁଛନ୍ତି, ଏପରି ଆଦତ ଥିବା ବ୍ୟକ୍ତିଙ୍କୁ କେବେ ବି କରନ୍ତୁ ନାହିଁ ବିବାହ

ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ନା କିଛି ଦୁର୍ବଳତା ଥାଏ । ହେଲେ ବିବାହ କରିବା ସମୟରେ କିଛି କଥା ଉପରେ ଗୁରୁତ୍ୱ ଦେଲେ ଭବିଷ୍ୟତରେ ଜୀବନରେ ପସ୍ତାଇବାକୁ ପଡିନପାରେ । ତେଣୁ ଲାଇଫ ପାର୍ଟନର ବା ଜୀବନ ସଂଗୀ ବାଛିବା ବେଳେ ବହୁ ଭାବି ଚିନ୍ତି ନିର୍ଣ୍ଣୟ ନେବାକୁ ପଡିଥାଏ । ଯଦି ଆପଣ କାହା ସହ ବିବାହ କରିବାକୁ ପ୍ଲାନିଂ କରୁଛନ୍ତି ତ ନିଶ୍ଚି ତ ଭାବେ ତାଙ୍କର ଏହି ଆଦତ ପ୍ରତି ଧ୍ୟାନ ଦିଅନ୍ତୁ । ତାହେଲେ ବିବାହ ପରେ ଆପଣଙ୍କୁ ଅଶାନ୍ତି ଭୋଗିବାକୁ ପଡ଼ିବ ନାହିଁ । କାରଣ ତାଙ୍କର ଏହି ଆଦତ ଆପଣଙ୍କୁ କେବେ ବି ଖୁସିରେ ରହିବାକୁ ଦେବନି ।

ପ୍ରତିଶୃତି ପାଳନ କରୁନଥିବା :

ଯଦି ସେ ଅନେକ ପ୍ରତିଶୃତି ଦେଉଛନ୍ତି ଆଉ ତାହାକୁ ପାଳନ କରୁନାହାଁନ୍ତି ତେବେ ଆପଣ ସମୟ ପୂର୍ବରୁ ପୁଣି ଥରେ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଚିନ୍ତା କରନ୍ତୁ । ଥରେ ଦୁଇଥର କ୍ଷମା କରାଯାଇପାରେ ହେଲେ ସବୁ ଥର ସମ୍ଭବ ନୁହେଁ । ଏମିତି ଲୋକ ଅନ୍ୟକୁ ବୋକା ବନାନ୍ତି ।

କଣ୍ଟ୍ରୋଲ କରିବା ବାଲା :

ଏମିତି ଖାଅ, ଏମିତି ପିନ୍ଧନି, ଇଆଡେ ଯାଅନି ଏମିତି କର କହୁଥିବା ଲୋକ ସହଜ ହୋଇନଥାନ୍ତି । ପ୍ରଥମେ ଏପରି ଆକଟ ଭଲ ଲାଗିଥାଏ ହେଲେ ପରେ ଜୀବନକୁ କଷ୍ଟକର କରିଦେଇଥାଏ । ଏପରି ଲୋକଙ୍କ ସହ ଲମ୍ବା ସମୟ ଯାଏ ରହିପାରିବେନି ।

ଗୁରୁତ୍ୱ ଦେଉନଥିବା ବ୍ୟକ୍ତି :

ସମ୍ପର୍କରେ ପାର୍ଟନରଙ୍କୁ ଗୁରୁତ୍ୱ ଦେବା ଉଚିତ୍‌ । ଯଦି ପାର୍ଟନର ଆପଣଙ୍କୁ ଗୁରୁତ୍ୱ ଦେଉନାହାଁନ୍ତି ତେବେ ଏପରି ଆଦତ ଥିବା ବ୍ୟକ୍ତି ଆପଣଙ୍କ ଜୀବନରେ ଆସିଲେ ଜୀବନ କଷ୍ଟକର ହୋଇପଡିଥାଏ । ଯଦି ଆପଣଙ୍କୁ ପାର୍ଟନର ଗୁରୁତ୍ୱ ଦେଉନଥିବେ ତେବେ ଏପରି ବ୍ୟକ୍ତିଙ୍କୁ ବିବାହ କରିବା ଭୁଲ ହେବ ।

କ୍ଷମା ମାଗିବା ପରେ ପୁଣି ସେହି ଭୁଲକରିବା :

ଯଦି ସେ ବାରମ୍ବାର ଗୋଟିଏ ଭୁଲ କରୁଥାନ୍ତି ଓ ପୁଣି ‘ସରି’ କହୁଛନ୍ତି ତେବେ ଏପରି ଆଦତକୁ ନଜର ଅନ୍ଧାଜ କରନ୍ତୁ ନାହିଁ । କ୍ଷମା ମାଗିବା ଏକ ଭାବନା ଯାହା ଅନୁଭବ କରିବା ପରେ କରାଯାଏ । ହେଲେ ବାରମ୍ବାର ଭୁଲ କରି କ୍ଷମା ମାଗୁଥିବା ବ୍ୟକ୍ତି କେବେ ବି ଠିକ ନୁହେଁ । ଯଦି ଆପଣଙ୍କ ବୟଫ୍ରେଣ୍ଡ ଏପରି କରୁଛନ୍ତି ତେବେ ଆପଣ ତାଙ୍କ ସହ ରିଲେସନରେ ରହିବା ପୂର୍ବରୁ ଆଉ ଥରେ ଚିନ୍ତା କରିବା ଉଚିତ୍‌ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.