Below header

ଏହି ୪ଟି ରାଶି ଉପରେ ପଡ଼ିବ ସୂର୍ଯ୍ୟଦେବଙ୍କ କୃପା ଦୃଷ୍ଟି, ଭାଗ୍ୟରେ ଉନ୍ନତି ସହ ମିଳିବ ଅନେକ ସଫଳତା, ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ

ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିବା ପରେ ଅନେକଙ୍କ ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ । ମକର ରାଶିର ସ୍ୱାମୀ ହେଉଛନ୍ତି ଶନିଦେବ । ସୂର୍ଯ୍ୟଦେବଙ୍କ ସହ ଶନିଦେବଙ୍କ ଭଲ ସମ୍ପର୍କ ନଥିଲେ ମଧ୍ୟ ଗ୍ରହରାଜ ପ୍ରାୟ ରାଶିଙ୍କ ଉପରେ ଶୁଭ ପ୍ରଭାବ ପକାଇବେ । ଯଦି ଆପଣ ମଧ୍ୟ ନିଜ ରାଶି ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି ତେବେ ଆଗକୁ ପଢ଼ନ୍ତୁ ।

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିରେ ଅନେକ ରାଶି ଉପରେ ଭଲ ପ୍ରଭାବ ପଡ଼ିବାକୁ ଯାଉଛି । କିଛି ରାଶି ଲୋକଙ୍କ କାମରେ ବଡ଼ ସଫଳତା ମିଳିବ । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନକୁ ମୁଖ୍ୟ ରୂପେ ଧରାଯାଇଛି । ଯେହେତୁ ମକର ସଂକ୍ରାନ୍ତିରେ ଏହି ପରିବର୍ତ୍ତନ ଆରମ୍ଭ ହୋଇଛି । ତେଣୁ ଏହିଦିନକୁ ବଡ଼ ଧୂମଧାମରେ ପାଳନ କରାଯାଏ । ଗତ କାଲି ମାନେ ୧୪ ଜାନୁଆରୀରେ ଗ୍ରହରାଜ ମକର ରାଶିରେ ପ୍ରବେଶ କରିସାରିଛନ୍ତି । ସୂର୍ଯ୍ୟଦେ ବ ଏବେ ଆଗାମୀ ସଂକ୍ରାନ୍ତି ମାନେ ପୁରା ଏକ ମାସ ଧରି ଏହି ରାଶିରେ ରହିବେ ।

ଆସନ୍ତା ମାସ ମଧ୍ୟରେ ଏହି ୪ଟି ରାଶିର ଭାଗ୍ୟ ଚମକିବ । ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ..

ଶନି ଦେବ ଓ ସୂର୍ଯ୍ୟଦେବଙ୍କ ମିଳନ ୨୯ ବର୍ଷ ପରେ ହୋଇଛି । ତେଣୁ ଏହି ସମୟ ଆହୁରି ଖାସ ହୋଇଯାଇଛି । କାରଣ ଶନି ଦେବଙ୍କ ରାଶିରେ ସୂର୍ଯ୍ୟ ଦେବ ପ୍ରବେଶ କରିଛନ୍ତି ।

ସିଂହ:
ସିଂହ ରାଶି ପାଇଁ ଏହି ସଂକ୍ରାନ୍ତି ଖୁବ ଶୁଭ ରହିବ । ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଦୟ ହେବ । ସିଂହ ରାଶିର ସ୍ୱାମୀ ସୂର୍ଯ୍ୟଦେବଙ୍କ ରାଶି ପରିବର୍ତ୍ତ ନ ପାଇଁ ସେମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ବୈବା÷ହିକ ଜୀବନ ସୁଖମୟ ହେବ ।

ଧନୁ:
ଏହି ରାଶିର ଲୋକମାନଙ୍କୁ ସମସ୍ୟାରୁ ମୁକ୍ତି ମିଳିବ । ଏମାନଙ୍କୁ ଶୁଭ ଫଳ ମିଳିବ । ଧନ ଲାଭ ହେବା ସହ ଆର୍ôଥକ ସ୍ଥିିତିରେ ସୁଧାର ଆସିବ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ ।

ମକର:
ମକର ରାଶିରେ ସୂର୍ଯ୍ୟଦେବ ପ୍ରବେଶ କରିଥିବାରୁ ଏମାନଙ୍କ ଭାଗ୍ୟରେ ମଧ୍ୟ ବଡ଼ ଉନ୍ନତି ହେବ । ଏମାନଙ୍କ ସୁବ ଇଚ୍ଛା ପୂରଣ ହେବ । ହେଉଥିବା ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବେ । ମାନ ସମ୍ମାନ ବୃଦ୍ଧି ହେବ । ଆୟ ବୃଦ୍ଧି ହେବା ସହ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ ।

ମୀନ:
ଏହି ରାଶି ପାଇଁ ମଧ୍ୟ ଖୁବ ଭଲ ସଂଯୋଗ ଅଛି । ଆସନ୍ତା ମାସ ମଧ୍ୟରେ ଧନ ଲାଭ ହେବା ସହ ମାନ ସମ୍ମାନ ବଢ଼ିବ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ । ଘରେ ସୁଖ ସମୃଦ୍ଧି ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.