ମୃତ୍ୟୁ ପୂର୍ବରୁ ବିକଳ ହେଉଥିଲେ ବଞ୍ଚିବାକୁ, ହେଲେ ବଞ୍ଚି ପାରିଲେନି! ପରିବାର ପାଇଁ ଲେଖିଗଲେ ଭାବୁକ ବାର୍ତ୍ତା, ‘କରୋନା ଟିକା ନେଇ ପାରିଲିନି’

ଆମେରିକାର ଲସ୍ ଏଞ୍ଜେଲସରେ ରହୁଥିବା ୪୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କର କୋଭିଡ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଛି। କିନ୍ତୁ ମୃତ୍ୟୁ ପୂର୍ବରୁ ବ୍ୟକ୍ତି ଜଣକ ନିଜ ପରିବାରକୁ ଏମିତି ଏକ ବାର୍ତ୍ତା ଲେଖିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ପରିବାର ଲୋକେ ଏହି ନୋଟକୁ ସାର୍ବଜନୀନ କରି ଦେଇଛନ୍ତି ଏବଂ ଏବେ ଏହି ମାମଲା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଏହି ବ୍ୟକ୍ତି କୋଭିଡ-୧୯ ଟିକାକୁ ନେଇ ଏକ ବଡ଼ କଥା କହିଛନ୍ତି। ସେ ମୃତ୍ୟୁ ପୂର୍ବରୁ ତାଙ୍କ ୩ ବର୍ଷର ପୁଅର ଯତ୍ନ ନେବାକୁ ମଧ୍ୟ ତାଙ୍କ ଭାଇଙ୍କୁ ନିବେଦନ କରିଛନ୍ତି।

ଲସ୍ ଏଞ୍ଜେଲସରେ ରହୁଥିବା ଖ୍ରୀଷ୍ଟିଆନ କାବ୍ରେରା ଗତ ମାସ ଖ୍ରୀଷ୍ଟମାସ ସମୟରେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ। ଧୀରେ ଧୀରେ ଏହି ସଂକ୍ରମଣ ତାଙ୍କ ଫୁସଫୁସରେ ବ୍ୟାପି ଯାଇଥିଲା ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇ ପଡ଼ିଥିଲା। ପାଖାପାଖି ୧ ମାସ ପର୍ଯ୍ୟନ୍ତ ଚିକିତ୍ସା ଚାଲିବା ପରେ ୨୨ ଜାନୁଆରୀରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ସେ ନିଜ ପରିବାର ପାଇଁ ଏକ ବାର୍ତ୍ତା ଲେଖିଥିଲେ। ସେଥିରେ ସେ ଲେଖିଥିଲେ ଯେ ‘ମୋତେ କୋଭିଡ୍‌ ଭ୍ୟାକ୍ସିନ ଲଗାଯାଇ ନାହିଁ, ଯାହାକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ। ଯଦି ମୁଁ ଏହା କରି ପାରନ୍ତି, ତ ନିଶ୍ଚିତ ଭାବରେ ମୋ ଜୀବନ ରକ୍ଷା କରି ପାରନ୍ତି। ମୁଁ ଏଠାରେ ମୋ ଜୀବନ ଯୁଦ୍ଧରେ ଲଢ଼ୁଛି। ଏମିତି ହୁଅନ୍ତା କି, ମୁଁ ଭ୍ୟାକ୍ସିନ ନେଇ ଯାଆନ୍ତି’।

ତାଙ୍କ ଭାଇ କହିଛନ୍ତି ଯେ ତାଙ୍କୁ ଏହା କହିବାକୁ ବହୁତ ଦୁଃଖ ଲାଗୁଛି କି, ଖ୍ରୀଷ୍ଟିଆନ କାବ୍ରେରା କୋଭିଡ ନିମୋନିଆ ବିରୋଧରେ ନିଜର ଲଢ଼େଇରେ ହାରି ଯାଇଛନ୍ତି ଏବଂ ତାଙ୍କର ନିଧନ ହୋଇ ଯାଇଛି’। ସେପଟେ ପରିବାର ଲୋକେ ତାଙ୍କ ୩ ବର୍ଷର ପୁଅର ଦେଖାଶୁଣା ପାଇଁ ଲୋକଙ୍କଠାରୁ ଆର୍ଥିକ ସହାୟତା ଲୋଡ଼ିଛନ୍ତି। ବର୍ତ୍ତମାନ ତାଙ୍କର ଏହି ନୋଟ୍ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଥାଉ କି, ଆମେରିକାର ଲସ୍ ଏଞ୍ଜେଲସ ସହରରେ କରୋନା ପିକ୍‌ ଚାଲି ଗଲାଣି, ହେଲେ ତଥାପି ଏଠାରେ ବଡ଼ ସଂଖ୍ୟାରେ ସଂକ୍ରମଣ ମାମଲା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.