ଆସିଲା ଅପକମିଂ ଆକ୍ସନ ଫିଲ୍ମ ସିମ୍ବାର ଟ୍ରେଲର୍ । ଲିଡ୍ ରୋଲରେ ଅଛନ୍ତି ରଣବୀର ସିଂ ଓ ସୈଫ ଅଲ୍ଲି ଖାନ୍ ତନୟା ସାରା ଅଲ୍ଲୀ ଖାନ୍ । ପାଖାପାଖି ୨ ମିନିଟ ୪୫ ସେକେଣ୍ଡର ଟ୍ରେଲର ବେଶ ଦମଦାର ହୋଇଛି । ଅଜୟ ଦେବଗନଙ୍କ ସିଂଘମ୍ ଭଳି ପିକ୍ଟରାଇଜେସନ୍ ଦେଖିବାକୁ ମିଳିଛି ସିମ୍ବାରେ । ଜଣେ ପୋଲିସ ଅଧିକାରୀ କ୍ୟାରେକ୍ଟର ପ୍ଲେ କରୁଛନ୍ତି ରଣବୀର । ଯିଏ ଟଙ୍କା ରୋଜଗାର ପାଇଁ ପୋଲିସରେ ଭର୍ତ୍ତି ହୋଇଛନ୍ତି । ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଶାସ୍ତି ଦେବାକୁ ସେ କଣ କରୁଛନ୍ତି ସେସବୁକୁ ଫିଲ୍ମରେ ଦେଖାଯାଇଛି । ଜବରଦସ୍ତ ଆକ୍ସନ ଅନ୍ଦାଜରେ ନଜର ଆସୁଛନ୍ତି ରଣବୀର ସିଂହ । ଆସନ୍ତା ୨୮ ତାରିଖରେ ରିଲିଜ ହେବ ସିମ୍ବା । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ସେଟ୍ଟୀ । ପଦ୍ମାବତ୍ ପରେ ଚଳିତବର୍ଷ ପୁଣି ଧମାଲ୍ ମଚେଇବାକୁ ପ୍ରସ୍ତୁତ ହୋଇ ଗଲେଣି ରଣବୀର ସିଂ । ସେହିପରି ସାରା ଅଲ୍ଲୀ ଖାନ୍ଙ୍କ ଏହା ହେଉଛି ଦ୍ୱିତୀୟ ଫିଲ୍ମ । ଅଭିଷେକ କପୁରଙ୍କ ସହ କେଦାରନାଥରେ ଡେବ୍ୟୁ କରିଛନ୍ତି ସାରା ଅଲ୍ଲୀ ଖାନ୍ ।
ଦେଖନ୍ତୁ ଟ୍ରେଲର୍ :