ଜଟିଳ ହେବାରେ ଲାଗିଛି ଦୁଇ ଅଟୋ ସଂଘ ଭିତରେ ବିବାଦ, ହଇରାଣ ହେଉଛିନ୍ତି ସାଧାରଣ ଲୋକେ

ଭଦ୍ରକ(କେନ୍ୟୁଜ୍) :  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ କେନ୍ଦ୍ରାପଡା ଜିଲ୍ଲା ରାଜକନିଆ ଅଟୋ ସଂଘ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଫଳରେ ଚାନ୍ଦବାଲି-ରାଜକନିକା ଅଟୋ ଚଳାଚଳ ବନ୍ଦ ରଖିଛି ଚାନ୍ଦବାଲି ଅଟୋ ସଂଘ । ଗତକାଲି ଏହି ବିବାଦର ସମାଧାନ ଦାବି କରି ଚାନ୍ଦବାଲି ଅଟୋ ସଂଘ ତରଫରୁ ସ୍ଥାନୀୟ ବୈତରଣୀ ବ୍ରିଜ୍ ଉପରେ ରାଜକନିକା ପଟୁ ଆସୁଥିବା ଅଟୋକୁ ଅଟକାଉଥିଲେ । ଆଜି ମଧ୍ଯ ଏହି ଆନ୍ଦୋଳନ ଜାରୀ ରଖିଛି ଚାନ୍ଦବାଲି ଅଟୋ ସଂଘ । ତେବେ ଏହି ଅଟୋ ବନ୍ଦ ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ତେବେ ଦୁଇ ଦିନ ହେବ ଏହି ପରିସ୍ଥିତି ଦେଖିବାକୁ ମିଳିଥିଲେ ମଧ୍ଯ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ନିଆଯାଇନାହିଁ । ତେଣୁ ସାଧାରଣରେ ଏନେଇ ଅସନ୍ତୋଷ ବଢିବାରେ ଲାଗିଛି ।

photo_2018-12-03_13-04-11ଚାନ୍ଦବାଲି ଅଟୋ ସଂଘର ଅଭିଯୋଗ ମୁତାବକ କିଛିମାସ ତଳେ ୨ଟି ଜିଲ୍ଲାର ପ୍ରଶାସନିକ ବୈଠକ କରାଯାଇ ବିବାଦର ସମାଧାନ କରାଯାଇଥିଲା । ରାଜକନିଆର ଯେକୌଣସି ଅଟୋ ଭଡାରେ ରିଜର୍ଭ ନେଇ ଚାନ୍ଦବାଲି ଆସିପାରିବ ଏବଂ ଚାନ୍ଦବାଲିରୁ ରାଜକନିଆ ଯେକୌଣସି ଅଟୋ ଯାଇପାରିବ । କିନ୍ତୁ ଏହି ଚାନ୍ଦବାଲି ଅଟୋ  ରାଜକନିଆ ଷ୍ଟାଣ୍ଡରୁ ଏବଂ ରାଜକନିଆ ଅଟୋ  ଚାନ୍ଦବାଲି ଷ୍ଟାଣ୍ଡକୁ ଭଡା ନେଇପାରିବ ନାହିଁ । ହେଲେ ଏହି ନିଷ୍ପତିକୁ ରାଜକନିଆ ଅଟୋ ସଂଘ ନମାନି ପୁଣି ଥରେ ଚାନ୍ଦବାଲିରୁ ଯାଉଥିବା ଅଟୋକୁ ଅଟକାଇବା ସହ ଯାତ୍ରୀମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛି ଚାନ୍ଦବାଲି ଅଟୋ ସଂଘ । ତେବେ ଯେପର୍ଯ୍ଯନ୍ତ ଏହାର ସମାଧାନ ନହୋଇଛି ରାଜକନିକାରୁ ଚାନ୍ଦବାଲି ଅଟୋ ଚଳାଚଳ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି ଚାନ୍ଦବାଲି ଅଟୋ ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.