ଇଜିପ୍ଟର ରହସ୍ୟମୟ ମମି ପରିବାର ଠାବ ହେଲା ୨ହଜାର ବର୍ଷ ପୁରୁଣା ମମି, ପ୍ରତ୍ନତତ୍ତ୍ୱବିତ୍ମାନେ ଦେଲେ ଆଶ୍ଚର୍ଯ୍ୟଜନକ ତଥ୍ୟ
ଇଜିପ୍ଟର ମମି । ସାରା ଦୁନିଆରେ ଇଜିପ୍ଟ ହେଉଛି ଏକମାତ୍ର ଦେଶ ଯେଉଁଠାରେ ମମି ଦେଖିବାକୁ ମିଳେ। ଇଜିପ୍ଟର ମିସରରେ ଯେତେବେଳେ ଲୋକମାନେ ମରି ଯାଆନ୍ତି, ସେମାନଙ୍କ ଶରୀରକୁ ଏକ ସ୍ୱତନ୍ତ୍ର ରାସାୟନିକ ପଦାର୍ଥ ମିଶାଇ ସୁରକ୍ଷିତ ଭାବେ ରଖାଯାଏ। ଆଉ ସେହି ମୃତ ଶରୀରକୁ ହିଁ ମମି କୁହାଯାଏ। ଆପଣ ଜାଣିଥିବେ ଏହି ମମିକୁ ନେଇ ଅନେକ ହଲିଉଡ ଚଳଚ୍ଚିତ୍ର ମଧ୍ୟ ନିର୍ମିତ ହୋଇଛି। ଯାହା ଅବଶ୍ୟ ହରର୍ ବା ଭୂତ ଫିଲ୍ମ । ତେବେ ଏହା ଉପରେ ବିଶ୍ୱର ପ୍ରତ୍ନତତ୍ତ୍ୱବିତ୍ମାନେ ଏବେବି ଅନୁସନ୍ଧାନ ଓ ଗବେଷଣା ଜାରି ରଖିଛନ୍ତି। ଏମିତି ଅନୁସନ୍ଧାନ କରୁ କରୁ ଇଜିପ୍ଟର କିଛି ପ୍ରତ୍ନତତ୍ତ୍ୱବିତ୍ ମମିମାନଙ୍କର ଏକ ସ୍ଥାନକୁ ଖୋଳୁ ଥିଲେ ।
ତେବେ ଖନନ ସମୟରେ ଏପରି ଏକ ରହସ୍ୟ ସେମାନଙ୍କ ସାମ୍ନାକୁ ଆସିଥିଲା ଯାହା କେହି କଳ୍ପନା ମଧ୍ୟ କରିନଥିଲେ। ଏହି ପ୍ରତ୍ନତତ୍ତ୍ୱବିତମାନେ ମମି ଖୋଜୁ ଖୋଜୁ ପାଇଥିଲେ ଏକ ଏକ ପାରିବାରିକ ଶ୍ମଶାନ। ଯେଉଁଠାରୁ ସେମାନେ ଏକାଠି ୫୦ଟି ଶବର ସମାଧି ପାଇଲେ। ଏହି ଶବଗୁଡ଼ିକୁ ଦେଖି ପ୍ରାୟ ଏକ ହଜାର ବର୍ଷ ପୁରୁଣା ହୋଇପାରେ ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ ଆକଳନ କରିଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭାବେ ଜାଣିବା ଏହି ମମି ଗୁଡ଼ିକ ରହସ୍ୟ ।
ପ୍ରତ୍ନତତ୍ତ୍ୱବିତଙ୍କ ଏକ ଦଳ ୨୦୧୯ ମସିହା ଫେବୃଆରୀ ୨ରେ ଏକା ସାଙ୍ଗରେ ୫୦ଟି ଶବ ବା ମମି ପାଇଥିଲେ । ତାହା ପୁଣି ଗୋଟିଏ ସ୍ଥାନରୁ। ଅବଶ୍ୟ ସେହି ଜାଗାଟି ଏକ ମଶାଣିରେ ଥିଲା। ସେଥିପାଇଁ ସେହି ସ୍ଥାନକୁ ସେ ପାରିବାରିକ ମଶାଣି ବୋଲି କହୁଛନ୍ତି। ଏହି ମଶାଣି ମିଶରର ରାଜଧାନୀ କାଇରୋଠାରୁ ପ୍ରାୟ ୨୧୧ ମାଇଲ ଦୂରରେ ଥିବା ଗାଲେବରେ ଠାବ ହୋଇଛି । ଶ୍ମଶାନରୁ ବାହାରିଥିବା ସବୁଠାରୁ ବଡ ଆଶ୍ଚର୍ଯ୍ୟକର ଘଟଣା ହେଉଛି ୫୦ଟି ମମି ମଧ୍ୟରୁ ୧୨ଟି ଥିଲା ପିଲାମାନଙ୍କ ମମି । ତେଣୁ ପିଲାଙ୍କ ମମି ମିଳିବା ପରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । କାରଣ ବଡ଼ ଲୋକଙ୍କ ମର ଶରୀରକୁ ହିଁ ମମିରେ ପରିଣତ କରାଯାଇ ପାରିବ। ତଥାପି, ଏହି ମମିମାନଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ପ୍ରତ୍ନତତ୍ତ୍ୱବିତ ଟିମ୍ ପାଇଁ ପୂରା ପରିବାରର ସମାଧି ଗୋଟିଏ ସ୍ଥାନରେ ମିଳିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା । କାରଣ ଗୋଟିଏ ପରିବାରର ୫୦ ଜଣଙ୍କ ମମିଙ୍କୁ ଏକାଠି ପାଇବା କିଛି ସାଧାରଣ କଥା ନୁହେଁ । ତେଣୁ ଏପରି ୨ ହଜାର ବର୍ଷ ପୁରୁଣା ମମି ପାଇବା ପ୍ରତ୍ନତତ୍ତ୍ୱବିତଙ୍କ ପାଇଁ ଏକ ବଡ଼ ସଫଳତା କାରଣ ଏହି ମମିଗୁଡ଼ିକ ମଧ୍ୟରେ ୧୨ଟି କେବଳ ପିଲାଙ୍କ ମମି ଥିଲା। ତେବେ ଶବଗୁଡ଼ିକୁ ମମି କରିବାର ପଦ୍ଧତି କ’ଣ ଥିଲା? ଗବେଷକମାନଙ୍କୁ ଏହା ଜାଣିବାରେ ସାହାଯ୍ୟ କରିବ ବୋଲି ଅନୁମାନ କରାଯାଉଛି ।
ବର୍ତ୍ତମାନ ପର୍ଯ୍ୟନ୍ତ, ଗବେଷଣାରୁ ଏହା ଜଣାପଡିଛି ଯେ ଏହି ସମସ୍ତ ମମି ଗୋଟିଏ ପରିବାରର । ଏହି ପରିବାର ଉଚ୍ଚ ମଧ୍ୟବିତ୍ତ ପରିବାରର ହୋଇପାରେ ଓ ଇଜିପ୍ଟର ପଟୋଲେମସ୍ ସମୟର। ଏହାର ଅର୍ଥ ହେଉଛି ଯେ ଏହି ପରିବାର ସଦସ୍ୟଙ୍କ ମୃତ୍ୟୁ ନିଶ୍ଚିତ ଭାବରେ ଖ୍ରୀଷ୍ଟପୂର୍ବ ୩୫୦ରୁ ହିଁ ହୋଇଛି । ସେମାନଙ୍କ ଶବକୁ ଏକାସାଙ୍ଗରେ ମମିରେ ପରିଣତ କରାଯାଇଛି। ଇଜିପ୍ଟର ସର୍ବୋଚ୍ଚ ପରିଷଦର ପ୍ରାଚୀନ ସଚିବଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ମମିର କଫିନ୍ ଉପରେ କାହାର ନାମ ଲେଖାଯାଇ ନାହିଁ କିନ୍ତୁ ଏହା ସତ ଯେ ଏହି ମମିଗୁଡିକ ଦୁଇ ହଜାର ବର୍ଷର ପୁରୁଣା। ତେବେ ପଟୋଲେମସ୍ ସମୟ ହେଉଛି ପ୍ରାଚୀନ ଗ୍ରୀକର ଏକ ରାଜ ପରିବାର ଥିବା ସମୟ । ଏହା ଉପରେ ଗବେଷଣା ହେଲେ ଅନେକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।