କେମିତି ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା? ସବୁ ପକ୍ଷଙ୍କ ସହ ଆଲୋଚନା କରିବେ BSE ଓ CHSE କର୍ତ୍ତୃପକ୍ଷ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ କେମିତି ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା? କରୋନା ଯୋଗୁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ଏବେ ପରୀକ୍ଷା ଚିନ୍ତା ବଢ଼ିଛି । ଏଭଳି ସ୍ଥିତିରେ ସବୁ ପକ୍ଷଙ୍କ ସହ ଆଲୋଚନା କରିବେ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍‌ ଓ ବିଶେଷଜ୍ଞଙ୍କ ସହ ପରୀକ୍ଷା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ । ଏହାପରେ ପରୀକ୍ଷା ପରିଚାଳନା ନେଇ ଉପଯୁକ୍ତ ବ୍ୟବସ୍ଥା କରାଯିବ । କେବେ ଓ କେମିତି ଆଲୋଚନା ହେବ ସେନେଇ ସିଏଚଏସଇ ଅଧ୍ୟକ୍ଷ ଓ ବିଏସଇ ସଭାପତି ପଦକ୍ଷେପ ନେବେ ।

କରୋନା ମହମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି । ସ୍କୁଲରେ ବାଧାପ୍ରାପ୍ତ ହୋଇଛି ଶିକ୍ଷାଦାନ । ଏଭଳି ସ୍ଥିତିରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ରହିବ । କରୋନା ସଂକ୍ରମଣ କମିବା ପରେ ଗତ ୭ ତାରିଖରୁ ରାଜ୍ୟରେ ଅଷ୍ଟମରୁ ଉପର ସବୁ ସ୍କୁଲ, କଲେଜ ଖୋଲିଛି । ଅଫଲାଇନ୍‌ ସହ ଅନଲାଇନ୍‌ ମୋଡରେ ବି ପାଠପଢ଼ା ଚାଲିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.