ଆଜି ଭାରତୀୟ ନୌସେନା ଦିବସ, ୧୯୭୧ରେ ପାକିସ୍ତାନଠାରୁ ବଡ଼ ବିଜୟ ହାସଲ କରିଥିଲେ ଭାରତୀୟ ସେନା

ଦିଲ୍ଲୀ(କେନ୍ୟୁଜ୍) : ଆଜି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ନୌସେନା ଦିବସ ଭାବେ ପାଳନ କରାଯାଏ । ୧୯୭୧ ମସିହା ଡିସେମ୍ବର ତିନି ତାରିଖରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ଏହି ଆକ୍ରମଣ ପରେ ଆରମ୍ଭ ହୋଇଥିଲା ୧୯୭୧ ଯୁଦ୍ଧ । ପାକିସ୍ତାନକୁ ଜବାବ ଦେବା ପାଇଁ ଆରମ୍ଭ ହୋଇଥିଲା ଅପରେସନ୍‌ ଟ୍ରାଇଡେଣ୍ଟ ।

n1ପାକିସ୍ତାନର କରାଚିରେ ଥିବା ନୌସେନାର ମୁଖ୍ୟାଳୟକୁ ଟାର୍ଗେଟ୍‌ କରି ଆକ୍ରମଣ କରାଯାଇଥିଲା । ଏହି ଯୁଦ୍ଧରେ ପ୍ରଥମ ଥର ଜାହାଜରୁ ଆକ୍ରମଣ କରିପାରୁଥିବା ଆଣ୍ଟି ସିପ୍‌ ମିସାଇଲ୍‌ ବ୍ୟବହାର କରାଯାଇଥିଲା । ଡିସେମ୍ବର ୪ ତାରିଖରେ ଏହି ଅପରେସନ୍‌ ଟ୍ରାଇଡେଣ୍ଟ ଆରମ୍ଭ ହୋଇଥିଲା । ଆଉ ଏହି ଯୁଦ୍ଧରେ ବିଜୟୀ ହୋଇଥିଲା ଭାରତ । ତେଣୁ ପ୍ରତିବର୍ଷ ଆଜିର ଦିନକୁ ନୌସେନା ଦିବସ ଭାବେ ପାଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.