ବାରିପଦା: ବାଙ୍ଗିରିପୋଷି ବ୍ଲକ୍ ଦ୍ବାରଶୁଣୀ ଘାଟିର ପ୍ରଥମ ବାଙ୍କରେ ମହାବଳ ବାଘ । ବାଘ ବୁଲୁଥିବା ଦାବି କରି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିଲା। ଭିଡିଓରେ ବାଘଟି ରାସ୍ତା ଉପରେ ବୁଲୁଥିବା ସହ, ଜଙ୍ଗଲ ଭିତରକୁ ଯାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଏହା ଏକ ଗୁଜବ ବୋଲି ସ୍ପଷ୍ଟ କରିଛି ବନ ବିଭାଗ।
ଏହି ଭିଡିଓଟି ୨ଦିନ ହେବ ଭାଇରାଲ ହେଉଥିଲା। କିନ୍ତୁ ଏହା ଦ୍ଵାରଶୁଣୀ ଘାଟିର ଦୃଶ୍ୟ ନୁହଁ, ଅନ୍ୟ କେଉଁ ଅଞ୍ଚଳର ବୋଲି ଫରେଷ୍ଟର ଲକ୍ଷ୍ମୀଧର ବେହେରା ସ୍ପଷ୍ଟ ଭାବେ ସୂଚନା ଦେଇ କହିଛନ୍ତି। ଏହି ଗୁଜବକୁ ଜନସାଧାରଣ ବିଶ୍ଵାସ ନକରିବା ପାଇଁ ସେ ନିବେଦନ କରିଛନ୍ତି।