ଶ୍ରୀବଲ୍ଲୀ ଗୀତ ଲୋକପ୍ରିୟ ହେବା ପରେ ମାର୍କେଟକୁ ଆସିଲା ଶ୍ରୀବଲ୍ଲୀ ଶାଢି, ମହିଳାମାନେ ଦେଲେ ଏମିତି ରିଆକ୍ସନ

ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ଫିଲ୍ମର ଗୀତ ଏବଂ ଡାଇଲଗ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଫିଲ୍ମର ଶ୍ରୀବଲ୍ଲୀ ଗୀତର ଡ୍ୟାନ୍ସ ଷ୍ଟେପ ସୁପରହିଟ୍‌ ହେବା ପରେ ଏବେ ମାର୍କେଟରେ ନଜର ଆସିଛି ଶ୍ରୀବଲ୍ଲୀ ଶାଢି।

ଏବେ ଜଣେ ଫ୍ୟାଶନ ଡିଜାଇନର ଏକ ଶାଢିରେ ‘ପୁଷ୍ପା’ର ପୋଷ୍ଟର ପ୍ରିଣ୍ଟ କରି ଫିଲ୍ମର ଲୋକପ୍ରିୟତା ବଢାଇଛନ୍ତି। ଟ୍ଵିଟରରେ ଭିଡିଓ ଭାଇରଲ ହେବା ପରେ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି। ଗୁଜୁରାଟ ସୁରଟରେ ଚରଣଜୀତ୍‌ କ୍ରିଏସନ ନାମରେ ଏକ ସ୍ଥାନୀୟ ଦୋକାନୀ ଏହି ଶାଢିକୁ ଦିଆରି କରିଛନ୍ତି।

ଚରଣଜୀତ୍‌ କ୍ରିଏସନର ମାଲିକ ଚରଣପାଲ ସିଂ ନିଜ ବୁଦ୍ଧି ପ୍ରୟୋଗ କରି ‘ପୁଷ୍ପା’ ପୋଷ୍ଟର ଶାଢିଟି ପ୍ରସ୍ତୁତ କରିଛନ୍ତି। ଏହି ଶାଢିଟି ପ୍ରସ୍ତୁତ କରି ସାରିବା ପରେ ମାଲିକ ଏହାର କପିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓ ଭାଇରଲ ହେବା ପରେ ଏହାକୁ ନେଇ ପାଇଁ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଥିଲା। ସାଧାରଣ ଲୋକ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ନେବାକୁ ନେବାକୁ ଭିଡ ଜମାଇଥିଲେ।ଏବେ ମାଲିକ ଚରଣପାଲ ସିଂଙ୍କୁ ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ଛତିଶଗଡ ରାଜ୍ୟରୁ ‘ପୁଷ୍ପା’ ଶାଢିର ଅର୍ଡର ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.