ଭାଲେଣ୍ଟାଇନ୍‌ ଡେ’ ରେ ସ୍ୱାମୀଙ୍କୁ ଲିଭର ଉପହାର ଦେଲେ ସ୍ତ୍ରୀ

ଭାଲେଣ୍ଟାଇନ୍‌ ଡେ ବା ପ୍ରେମ ଦିବସ । ଏକାଠି ହୋଇ ହୃଦୟ ଯୋଡିବେ ଓ ଭବିଷ୍ୟତ ପାଇଁ ସୁନେଲୀ ସ୍ୱପ୍ନ ଦେଖିନ୍ତି ପ୍ରେମପକ୍ଷୀ। । ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ସଂକଳ୍ପ କରିଥାନ୍ତି ସେମାନଙ୍କ ପ୍ରେମ ଶାସ୍ୱତ ଓ ଅମର ହୋଇ ରହିଥାଉ । କିଏ ଗିଫ୍ଟ ତ ଆଉ କିଏ ଫୁଲ ଦେଇ ନିଜର ପ୍ରେମର ଭାବନାକୁ ପରିପ୍ରକାଶ କରିଥାନ୍ତି। କିନ୍ତୁ କେରଳର ଜଣେ ମହିଳା ଭାଲେଣ୍ଟାଇନ୍ସ ଡେ’ରେ ତାଙ୍କ ସ୍ୱାମୀଙ୍କ ଜୀବନ ରକ୍ଷା କରିଥିଲେ। ଯାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ରିପୋର୍ଟ ଅନୁଯାୟୀ, ପ୍ରବିଜ୍ଞା ତାଙ୍କ ସ୍ୱାମୀ ସୁବିଶଙ୍କୁ ଲିଭର ଦାନ କରି ପ୍ରକୃତ ପ୍ରେମର ଏକ ଉଦାହରଣ ସୃଷ୍ଟି କରିଛନ୍ତି। କେରଳର କୋଟାୟାମସ୍ଥିତ ମେଡିକାଲ କଲେଜ ହସ୍ପିଟାଲରୁ ଏହି ମାମଲା ଆସିଛି। ଡାକ୍ତରଙ୍କ କହିବାନୁସାରେ, ଅସ୍ତ୍ରୋପଚାର ୧୭ ଘଣ୍ଟା ଧରି ଚାଲିଥିଲା । କେରଳର ସରକାରୀ ଡାକ୍ତରଖାନା ଇତିହାସରେ ଏହା ହେଉଛି ଦ୍ୱିତୀୟ ସଫଳ ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର । ତେବେ, ସୁବିଶ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି ଏବଂ ତାଙ୍କ ପତ୍ନୀ ପ୍ରବିଜ୍ଞା ତାଙ୍କ ସ୍ୱାମୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି।

ସୂଚନା ମୁତାବକ କୁନ୍ନାମକୁଲମର ଭେଲୁର କୋଟାପାଡିରେ ରହୁଥିବା ୩୯ ବର୍ଷୀୟ ପ୍ରବିଜ୍ଞା ୪୩ବର୍ଷୀୟ ସ୍ବାମୀ ସୁବିଶଙ୍କୁ ଲିଭର ଦାନ କରିଛନ୍ତି। କୋଟ୍ଟୟମ ମେଡିକାଲ କଲେଜରେ ସୋମବାର ସକାଳ ୬ଟାରେ ଏହି ସର୍ଜରୀ ଆରମ୍ଭ ହୋଇଥିବା ବେଳେ ଏହା ପ୍ରାୟ ୧୭ ଘଣ୍ଟା ଧରି ଚାଲିଥିଲା। ସର୍ଜରୀର ପ୍ରଥମ ପର୍ଯ୍ୟାୟ ସନ୍ଧ୍ୟା ୫ଟାରେ ଶେଷ ହୋଇଥିବା ବେଳେ ପୁଣିଥରେ ସାଢ଼େ ୫ଟାରୁ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୫ଘଣ୍ଟା ଧରି ଏହି ଅପ୍‌ରେସନ ଚାଲିଥିଲା। ଡାକ୍ତରଙ୍କ କହିବାନୁସାରେ, ପ୍ରଥମେ ପ୍ରବିଜ୍ଞାଙ୍କ ଲିଭରର ପ୍ରାୟ ୪୦ ପ୍ରତିଶତ ବାହାର କରାଯାଇଥିଲା ।

ପ୍ରବିଜ୍ଞାଙ୍କ ଶରୀରରେ ପ୍ରବିଜ୍ଞାଙ୍କ ଲିଭରର କିଛି ଅଂଶ ସିଲେଇ କରିବାର ପ୍ରକ୍ରିୟା ସନ୍ଧ୍ୟା ୫:୩୦ ରେ ଆରମ୍ଭ ହୋଇଥିଲା । ଏହା ଆଉ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା । ଏମସିଏଚ୍ ଅଧୀକ୍ଷକ ଡକ୍ଟର ଟି.କେ ଜୟକୁମାରଙ୍କ ଅନୁଯାୟୀ, ଅସ୍ତ୍ରୋପଚାର ରାତି ୧୦:୩୦ ରେ ଶେଷ ହୋଇଥିଲା ଏବଂ ଏକ ଘଣ୍ଟା ନୀରିକ୍ଷଣ ପରେ ପ୍ରବିଜ୍ଞାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ୪୮ ଘଣ୍ଟା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ କିଛି ବର୍ଷ ଧରି ସୁବିଶ ଲିଭର ରୋଗ ପାଇଁ ଚିକିତ୍ସା କରୁଥିଲେ। ଅନ୍ୟପଟେ କେରଳର ଅଙ୍ଗ ପ୍ରତିରୋପଣ ସର୍ଜରୀ କ୍ଷେତ୍ରରେ ଏହା ଏକ ବଡ଼ ମାଇଲଖୁଣ୍ଟ ବୋଲି କେରଳର ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.