ମହାଭାରତର କାହାଣୀ ସହିତ ଆପଣ ସମସ୍ତେ ପରିଚିତ ଥିବେ । ତଥାପି ଏହା ସହିତ ଜଡିତ ଏମିତି ବହୁତ କଥା ଅଛି ଯାହାକୁ ଆପଣମାନେ ଜାଣି ନାହାନ୍ତି କିମ୍ବା ସେହି ରହସ୍ୟକୁ ଆପଣ କେବେ ବି ବୁଝି ପାରି ନାହାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ । ଧର୍ମ ଏବଂ ଅଧର୍ମ ଉପରେ ମହାଭାରତର ଯୁଦ୍ଧ ହୋଇଥିଲା। ଅଧର୍ମ ସହ କୌରବ ମାନେ ଓ ଧର୍ମ ସହ ଥିଲେ ପାଣ୍ଡବ ମାନେ । କୌରବ ସଭାରେ ରୀତିମତ ଭାବେ ଚାଲେ ପଶା ଖେଳ। ପଶା ଖେଳ ପ୍ରତି କୁନ୍ତି ପୁତ୍ର ଯୁଧିଷ୍ଠିରଙ୍କର ଅହେତୁକ ଆକର୍ଷଣ ଥିଲା । ବାରମ୍ବାର ହାରିବା ପରେ ବି ବଡ଼ ଭାଇଙ୍କ ସଉକ ପାଇଁ କୌରବ ସଭାରେ ପହଞ୍ଚ ଥାନ୍ତି ପଞ୍ଚୁପାଣ୍ଡବ ମାନେ । ସବୁ ହାରିବା ପରେ ଶେଷରେ ବଳି ପଡ଼ିଥିଲେ ପାଣ୍ଡବ ପତ୍ନୀ ଦୌପଦୀ। ଦୁଷ୍ଟ କୌରବ ପଶା ଖେଳରେ କୁଳବଧୂ ଦୌପଦୀଙ୍କୁ ବି ବାଜି ରଖିବାକୁ ପଛାଇ ନଥିଲେ ।
ସବୁ ଥର ପରି ବାଜି ହାରିଥିଲେ ପାଣ୍ଡବ ପାଞ୍ଚ ଭାଇ। ସଭା ମଝିରେ ଶହ ଶହ ଜନ ଗହଣରେ ହୋଇଥିଲା ମହାସତୀ ଦୌପଦୀଙ୍କ ବସ୍ତ୍ରହରଣ। ବିବଶ ଦୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ ଭଗବାନ ଶ୍ରୀକୃଷ୍ଣ। ଏହାର ପ୍ରତିଶୋଧ ଅଗ୍ନିରେ ଜଳିଥିଲେ ପାଞ୍ଚପାଣ୍ଡଵ । ସେଇଠୁ ଆରମ୍ଭ ହୋଇଥିଲା ମହାଭାରତ ଯୁଦ୍ଧ। ୧୮ ଦିନ ପର୍ଯ୍ୟନ୍ତ ଚାଲିଥିଲା ଯୁଦ୍ଧ। ଜଣଙ୍କ ପରେ ଜଣେ ହାରିଥିଲେ ଜୀବନ। ମାତ୍ର ବଞ୍ଚି ରହିଥିଲେ ଏହି ମାନେ …
ଭଗବାନ ଶ୍ରୀକୃଷ୍ଣ: ମହାଭାରତ ଯୁଦ୍ଧର ସର୍ବେସବା କହିଲେ ବି ଚଳିବ। ଯାହାଙ୍କ ନିର୍ଦ୍ଦେଶରେ ଚାଲିଥିଲା ସଂପୂର୍ଣ୍ଣ ଯୁଦ୍ଧ। ଯାହାଙ୍କ ପରାମର୍ଶ କ୍ରମେ କୌରବ ଶହେ ଭାଇଙ୍କ ସହ ଲଢ଼େଇ କରିବାକୁ କୁରୁକ୍ଷେତ୍ରକୁ ଡେଇଁଥିଲେ ପାଣ୍ଡବ ପାଞ୍ଚ ଭାଇ।
ପାଣ୍ଡବ ପକ୍ଷ: ପାଣ୍ଡବ ପକ୍ଷରୁ ଅଭିମନ୍ୟୁ, ଘଟଚକଚ୍, ବିରାଟ, ଦ୍ରୁପଦ, ଧୃଷ୍ଟଦ୍ୟୁମ୍ନ, ପାଣ୍ଡ୍ୟରାଜା, କୁନ୍ତିଭୋଜ, ଉତ୍ତମୈଜା, ଶୈବ୍ୟ ଏବଂ ଅନପରାଜ ନିଳଙ୍କ ସହିତ ପାଖାପାଖି ୫୦ ପୁତ୍ର ଯୁଦ୍ଧରେ ମରିଥିଲେ । ପାଣ୍ଡବ ବଂଶର ଅଭିମନ୍ୟୁଙ୍କ ପୁଅ ପରୀକ୍ଷିତକୁ କୃଷ୍ଣ ବଞ୍ଚାଇଥିଲେ । ପାଣ୍ଡବ ପକ୍ଷ ଯୁଦ୍ଧ ଜିତି ବି ହାରିଯାଇଥିଲେ। କାରଣ ତାଙ୍କ ପାଖରେ କିଛି ବି ବଞ୍ଚି ନ ଥିଲା। ସମସ୍ତ ପଣ୍ଡବଙ୍କ ପାଖରେ ୧୦-୧୦ଟି ପୁତ୍ର ଥିଲେ । କିନ୍ତୁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।
କୌରବ ପକ୍ଷ: କୌରବ ପକ୍ଷରୁ ଦୁର୍ଯ୍ୟଧନ ଏବଂ ତାଙ୍କର ୯୯ ଭାଇ ସହିତ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ,କର୍ଣ୍ଣ, ଶଲ୍ୟ, ଭୁରିଶ୍ରୱା, ଅଳମ୍ଭୁଷ, କଳିଙ୍ଗ ରାଜ, ଶ୍ରୁତାୟୁ, ଶକୁନି, ଭଗଦତ୍ତ, ଜୟଦରଥ,ବିନ୍ଦ ଅନୁବିନ୍ଦ, କମ୍ବୋଜ ରାଜ ସୁଦ୍ଦକ୍ଷିଣ ଏବଂ ବୃହଦ୍ୱଳଙ୍କ ସହ ସେମାନଙ୍କ ପୁଅମାନେ ମଧ୍ୟ ଯୁଦ୍ଧରେ ସାମିଲ ଥିଲେ । ଏମାନେ ସମସ୍ତଙ୍କର ମୃତ୍ୟୁ ଘଟିଛି । କୌରବ କୁଳ ନଷ୍ଟ ହୋଇଯାଇଥିଲା। ଏକମାତ୍ର ଯୁଯୁତ୍ସୁ ବଞ୍ଚିଥିଲେ।
କୃପାଚାର୍ଯ୍ୟ: ଦ୍ରୋଣଙ୍କ ପୂର୍ବରୁ କୃପାଚାର୍ଯ୍ୟ ଉଭୟ ପାଣ୍ଡବ ଏବଂ କୌରବଙ୍କ ଗୁରୁ ଥିଲେ। ସେ କୌରବଙ୍କ ପକ୍ଷରୁ ଯୁଦ୍ଧ କରୁଥିଲେ। ତାଙ୍କୁ ଜଣେ ମହାରଥୀ ଭାବେ ଗଣନା କରାଯାଏ। ତାଙ୍କୁ ଅମରବର ଦାନ ପ୍ରାପ୍ତ ହୋଇଥିଲା ତେଣୁ ସେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି ।
କ୍ରିତବର୍ମା: କ୍ରିତବର୍ମା ହେଉଛନ୍ତି କୌରବ ପକ୍ଷର ଯୋଦ୍ଧା। ଯୁଦ୍ଧ ବିଦ୍ୟାରେ ସେ ଖୁବ୍ ପାରଙ୍ଗମ। ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ସମକକ୍ଷ ବୋଲି ମନାଯାଉଥିଲା। ମଥୁରା ଆକ୍ରମଣ ସମୟରେ ଭଗବାନ ଶ୍ରୀକୃଷ୍ଣ ପୂର୍ବ ଦ୍ଵାରର ରକ୍ଷା କରିବାର ଦାୟିତ୍ୱ ଦେଇଥିଲେ ।
ଅଶ୍ୱତ୍ଥାମା: ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ପୁତ୍ର ଥିଲେ। ସେ କୌରବ ପକ୍ଷରୁ ଯୁଦ୍ଧ କରୁଥିଲେ। ମହାଭାରତ ଯୁଦ୍ଧର ସେ ଜଣେ ପ୍ରଭାବଶାଳୀ ଯୋଦ୍ଧା ଥିଲେ। ମହାଭାରତ ଯୁଦ୍ଧରେ ସେ କୌରବ ପକ୍ଷରୁ ଯୁଦ୍ଧ କରୁଥାନ୍ତି । ଅଶ୍ୱତ୍ଥାମାଙ୍କ ତେଜ କୁହାଯାଉଥିବା ମସ୍ତକର ମଣିକୁ ପାଣ୍ଡବମାନେ ଛଡାଇ ଆଣିବା ପରେ ଅଶ୍ୱତ୍ଥାମା ଶକ୍ତିହୀନ ହୋଇପଡ଼ିଥିଲେ । ଅମର ହୋଇଥିବାରୁ ତାଙ୍କୁ ମୃତ୍ୟୁ ମଧ୍ୟ ଛୁଏଁ ନାହିଁ। ସେଥିପାଇଁ ସେ କାଳ କାଳକୁ ଅଭିଷପ୍ତ ଜୀବନ ବିତାଉଥିବା ମହାଭାରତ କୁହେ।
ୟୁୟୁଷ୍ଟୁ: ୟୁୟୁଷ୍ଟୁ ହେଉଛନ୍ତି ଧ୍ରୁତରାଷ୍ଟ୍ରଙ୍କ ପୁତ୍ର। ଯୁଦ୍ଧରେ ଧ୍ରୁତରାଷ୍ଟ୍ରଙ୍କର ୯୯ ପୁତ୍ର ନିଧନ ହୋଇଥିଲେ। ଏକମାତ୍ର ୟୁୟୁଷ୍ଟୁଙ୍କୁ ଛାଡ଼ି। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଇନ୍ଦ୍ରପସ୍ତର ରାଜା ହେଲେ। କୁହାଯାଏ କି ୟୁୟୁଷ୍ଟୁଙ୍କ ବଂଶ ଆଜି ବି ଜୀବିତ ଅଛନ୍ତି ।
ସାତ୍ୟକୀ: ସାତ୍ୟକୀ ହେଉଛନ୍ତି ଅର୍ଜୁନଙ୍କ ଛାତ୍ର। ସେ ଯୁଦ୍ଧ ସମୟରେ ଦ୍ରୋଣଙ୍କ ଆକ୍ରମଣରୁ ଯୁଧିଷ୍ଠିରଙ୍କୁ ବଞ୍ଚାଇଥିଲେ। ସେ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ। ସାତ୍ୟକୀ ଯାଦବ ମାନଙ୍କ ଯୁଦ୍ଧରେ କ୍ରିତବର୍ମାଙ୍କର ମୁଣ୍ଡ କାଟିଦେଇଥିଲେ ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଯାଦବ ପକ୍ଷ: ମହାଭାରତରେ ଯୁଦ୍ଧରେ ନାରାୟଣୀ ସେନାଙ୍କ ସମେତ କିଛି ଯୋଦ୍ଧା ମରିଥିଲେ । ପରେ ଗାନ୍ଧାରୀଙ୍କ ଅଭିଶାପରୁ ଶ୍ରୀକୃଷ୍ଣଙ୍କ କୁଳ ବୁଡ଼ିଯାଇଥିଲା। ଶ୍ରୀକୃଷ୍ଣଙ୍କୁ କୌରବଙ୍କ ମାତା ଗାନ୍ଧାରୀଙ୍କ ଅଭିଶାପ ଥିଲା ଯେ, ଯେଭଳି ମୋ ପୁଅମାନେ ଯୁଦ୍ଧରେ ବଳିପଡ଼ିଲେ ସେମିତି ତମ ଯଦୁ ବଂଶ ମଧ୍ୟରେ ପରଷ୍ପର ଲଢେଇ ହୋଇ ଲୋପ ପାଇବ। ଆଉ ଶେଷରେ ସେୟା ହିଁ ଘଟିଥିଲା।
ବଞ୍ଚିଥିଲେ ଏହି ଯୋଦ୍ଧା : ଏହି ଯୁଦ୍ଧରେ କେଡ଼େ କେଡ଼େ ମହାରଥୀ ,ପିତାମହ ଯୋଦ୍ଧାଙ୍କ ଭଳି ନିଧନ ହେଲା। କିନ୍ତୁ କୌରଵଙ୍କ ପକ୍ଷରୁ ତିନି ଜଣ ଓ ପାଣ୍ଡଵଙ୍କ ପକ୍ଷରୁ ୧୫ ଜଣ ଜୀବିତ ଥଲେ । କୌରଵଙ୍କ ପକ୍ଷରୁ-କ୍ରିତବର୍ମା, ୟୁୟୁଷ୍ଟୁ, କୃପାଚାର୍ଯ୍ୟ, ଅଶ୍ୱତ୍ଥାମା ଏବଂ ପାଣ୍ଡଵଙ୍କ ପକ୍ଷରୁ -ଯୁଧିଷ୍ଠିର , ଭୀମ ଅର୍ଜୁନ, ନକୁଳ, ସହଦେବ, କୃଷ୍ଣ, ସାତ୍ୟକୀ।